ମର୍ମନ୍ତୁଦ ଦୁର୍ଘଟଣା : ଡ୍ରାଇଭର ଜୀବନ୍ତ ଦଗ୍ଧ
ବାରିପଦା: ୪୯ ନମ୍ୱର ଜାତୀୟ ରାଜପଥ ବାଙ୍ଗିରିପୋଷି ଘାଟି ଉପରେ ଘଟିଛି ମର୍ମନ୍ତୁଦ ଦୁର୍ଘଟଣା । ତେଲ ଟ୍ୟାଙ୍କର ଓ ଟ୍ରକ୍ ମଧ୍ୟରେ ଧକ୍କା ହେବାରୁ ଡ୍ରାଇଭର ଜୀବନ୍ତ ଦଗ୍ଧ ହୋଇଛନ୍ତି ।ତେଲ ଟ୍ୟାଙ୍କର ଜଳିଯିବା ସହ ଟ୍ୟାଙ୍କର ଡ୍ରାଇଭର ବି ଜଳିଯାଇଛନ୍ତି । ତେବେ ଅନ୍ୟ ଏକ ଟ୍ରକ୍ ଡ୍ରାଇଭର ଚାପି ହୋଇ ରହିଛନ୍ତି । ଅଗ୍ନିଶମ ବିଭାଗ ପକ୍ଷରୁ ନିଆଁକୁ ଆୟତ୍ତ କରାଯାଉଛି । ଘଟଣା ସ୍ଥଳରେ ବାଙ୍ଗିରିପୋଷି ଥାନା ପୋଲିସର ତଦନ୍ତ ଜାରି ରଖିଛି ।
ସୂଚନା ଥାଉକି, ବାଙ୍ଗିରିପୋଷି ଘାଟିରେ ସକାଳୁ ଟ୍ୟାଙ୍କର-ଟ୍ରକ୍ ମଧ୍ୟରେ ଧକ୍କା ହୋଇଥିଲେ । ପରିସ୍ଥିତି ଏମିତି ହୋଇଥିଲା ଯେ, ଉଭୟ ଗାଡି ଭାରସାମ୍ୟ ହରାଇ ରାସ୍ତା କଡକୁ ଓଲଟିପଡିଥିଲେ । ଫଳରେ ଘଟଣାସ୍ଥଳରେ ଡ୍ରାଇଭର ଜଣଙ୍କ ଜଳିଯାଇଥିଲେ ।
Powered by Froala Editor