ଅଳ୍ପ ଭୋଟ୍ ବ୍ୟବଧାନରେ ହାରିଥିବା ନେତାଙ୍କୁ ପୁଣି ପ୍ରାର୍ଥୀ କରିବ କଂଗ୍ରେସ: ଶରତ ପଟ୍ଟନାୟକ
ଭୁବନେଶ୍ବର: ୯୦ ମିଶନ ସଫଳ ପାଇଁ କଂଗ୍ରେସ ଅଙ୍କ କଷୁଛି। ୨୦୧୯ ନିର୍ବାଚନରେ ଦଳ ୬୯ଟି ଆସନରେ ଅଳ୍ପ ଭୋଟ୍ ବ୍ୟବଧାନରେ ହାରିଥିବା ଓ ସଂଗଠନକୁ ହାତରେ ରଖିଥିବା ନେତାଙ୍କୁ ଦଳ ୨୦୨୪ ବିଧାନସଭା ନିର୍ବାଚନରେ ପୁଣି ପ୍ରାର୍ଥୀ କରିବ ବୋଲି ପିସିସି ସଭାପତି ଶରତ ପଟ୍ଟନାୟକ କହିଛନ୍ତି ।
ଏହାଛଡ଼ା ରାହୁଲ ଗାନ୍ଧୀଙ୍କ ନ୍ୟାୟ ଯାତ୍ରା ପାଇଁ ପ୍ରଦେଶ କଂଗ୍ରେସର ପ୍ରସ୍ତାବିତ ଜିଲ୍ଲା ସଂପର୍କରେ ପିସିସି ସଭାପତି ଶରତ ପଟ୍ଟନାୟକ ସୂଚନା ଦେଇଛନ୍ତି। ସେ କହିଛନ୍ତି, ରାହୁଲ ଗାନ୍ଧୀ ଝାରଖଣ୍ଡ ପଟୁ ଓଡ଼ିଶା ଭିତରକୁ ପ୍ରବେଶ କରିବେ ଓ ମୟୁରଭଞ୍ଜ, ବାଲେଶ୍ୱର, ଭଦ୍ରକ, କଟକ, ଭୁବନେଶ୍ୱର, ଗଞ୍ଜାମ , କୋରାପୁଟ, କଳାହାଣ୍ଡି, ନୂଆପଡ଼ା ଓ ବଲାଙ୍ଗୀର ଆଦି ୧୦ ଜିଲ୍ଲା ଦେଇ ଛତିଶଗଡ଼ ଅଭିମୁଖେ ଯାତ୍ରା କରିବେ।
ସୂଚନାଯୋଗ୍ୟ, ନ୍ୟାୟ ଯାତ୍ରା ଉପରେ ରାହୁଲ ଗାନ୍ଧୀଙ୍କ ସହ ଆଲୋଚନା ପାଇଁ ପିସିସି ସଭାପତି ଦିଲ୍ଲୀ ଯାଇଛନ୍ତି। ଯେଉଁ ରାଜ୍ୟ ଦେଇ ନ୍ୟାୟ ଯାତ୍ରା ଯିବ, ସେହିସବୁ ରାଜ୍ୟର ପିସିସି ସଭାପତିଙ୍କୁ ଦିଲ୍ଲୀ ଡାକରା ହୋଇଛି।
Powered by Froala Editor