ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ନେଇ ବଡ଼ ମନ୍ତବ୍ୟ ଦେଲେ ସୌମ୍ୟରଞ୍ଜନ
ଭୁବନେଶ୍ୱର: ଦୀର୍ଘ ଦିନ ପରେ ମୁହଁ ଖୋଲିଛନ୍ତି ସୌମ୍ୟରଞ୍ଜନ ପଟ୍ଟନାୟକ । ଖୋର୍ଦ୍ଧାରେ ଜାନକୀ ଜୟନ୍ତୀ ଅବସରରେ ସୌମ୍ୟ ପଟ୍ଟନାୟକ ବଡ଼ ବଡ଼ ମନ୍ତବ୍ୟ ଦେଇଛନ୍ତି । ତେବେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ନେଇ ସେ ଏକ ବଡ଼ ମନ୍ତବ୍ୟ ଦେଇଛନ୍ତି । ୨୦୧୫ ମସିହାରୁ ସେ ଜଗନ୍ନାଥ ମନ୍ଦିର ଯାଇନଥିବା କହିଛନ୍ତି ।
ତାଙ୍କ କହିବା ଅନୁଯାୟୀ ବ୍ରହ୍ମବିଭ୍ରାଟ ପରେ ଜଗନ୍ନାଥ ଅସଲି କି ନକଲି ସାମ୍ବାଦିକମାନେ ସନେ୍ଦହ ସୃଷ୍ଟି କଲେ । ଜଗନ୍ନାଥ ଅସଲି କି ନକଲି ଯଦି ଜାଣିନୁ, ସେ ଯେଉଁଠୁ ଡାକିଲେ ବି ଶୁଣିବେ । ଭକ୍ତ ସାଲବେଗ ଓ ଦାସଆବାଉରୀ ଭଳି ଯେଉଁଠି ଡାକିଲେ ବି ଜଗନ୍ନାଥ ଭକ୍ତଙ୍କ ପ୍ରାର୍ଥନା ଶୁଣିବେ ବୋଲି ସୌମ୍ୟ ପଟ୍ଟନାୟକ କହିଛନ୍ତି ।
ସେହିପରି ସମ୍ବାଦ ଖବରକାଗଜର ସମ୍ପାଦକ ପଦ କାହିଁକି ଛାଡ଼ିଲେ ତାହାର କାରଣ ମଧ୍ୟ ସେ କହିଛନ୍ତି । ସମ୍ପାଦକ ପଦ କାହିଁକି ଛାଡ଼ିଲେ ବୋଲି ପ୍ରଶ୍ନର ଉତ୍ତରରେ ସେ କହିଛନ୍ତି ଯେ ଯେଉଁ ସାମ୍ବାଦିକଙ୍କୁ ଗଢିଥିଲି, ତାଙ୍କ ଗୁଣ ଦେଖି ଛାଡ଼ିଲି । ମିଛ କଥା ନେଇ ଏତଲା କରିବେ, ତାକୁ କିଏ ବରଦାସ୍ତ କରିବ ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି ।
ଆଉ ନିର୍ବାଚନ ଲଢିବେ ନାହିଁଁ ବୋଲି ମଧ୍ୟ ଶ୍ରୀ ପଟ୍ଟନାୟକ କହିଛନ୍ତି । ସେ କହିଛନ୍ତି ଯେ ନିର୍ବାଚନ ଲଢିବି କି ନାହିଁ ନିଷ୍ପତ୍ତି ନେଇନି । କିନ୍ତୁ ପ୍ରାୟ ଲଢିବି ନାହିଁଁ । ମୋର ଦଳ ନାହିଁ କି ଖବରକାଗଜ ନାହିଁ । ମୋର କିଛି ନାହିଁ ବୋଲି ସୌମ୍ୟ କହିଛନ୍ତି ।
Powered by Froala Editor