ଶକ୍ତିଶାଳୀ ଭୂମିକମ୍ପ ପରେ ଜାପାନରେ ସୁନାମି
ସୋମବାର କେନ୍ଦ୍ରୀୟ ଜାପାନରେ ୭.୫ ତୀବ୍ରତାର ଶକ୍ତିଶାଳୀ ଭୂମିକମ୍ପ ପରେ ସୁନାମିର ପ୍ରଥମ ଜୁଆର ଉପକୂଳକୁ ଛୁଇଁଛି। ସୋମବାର ଅପରାହ୍ନରେ ଇଶିକାୱା ଜିଲା ଏବଂ ଏହାର ଆଖପାଖ ଅଞ୍ଚଳରେ ଏହି ଭୂମିକମ୍ପ ଅନୁଭୂତ ହୋଇଥିଲା। ଶକ୍ତିଶାଳୀ ଭୂମିକମ୍ପକୁ ଦୃଷ୍ଟିରେ ରଖି ଜାପାନ ଭୂବିଜ୍ଞାନ ପକ୍ଷରୁ ଚେତାବନୀ ଜାରି କରାଯାଇଥିଲା। ତେବେ ଏହି ଭୂମିକମ୍ପ ସମୟର ଭୟଙ୍କର ଦୃଶ୍ୟ କ୍ୟାମେରାରେ କଏଦ ହୋଇଛି। ସୁନାମି ପ୍ରଭାବକୁ ଦୃଷ୍ଟିରେ ରଖି ଉପକୂଳ ବାସିନ୍ଦାଙ୍କୁ ଉଚ୍ଚ ସ୍ଥାନକୁ ଚାଲିଯିବାକୁ କୁହାଯାଇଛି।
ଏହି ଭୂମିକମ୍ପର ଝଟକା ରାଜଧାନୀ ଟୋକିଓ, କାଣ୍ଟୋ ଅଞ୍ଚଳରେ ମଧ୍ୟ ଅନୁଭୂତ ହୋଇଥିଲା। ଜାପାନ ସମୟ ଅନୁଯାୟୀ ସୋମବାର ଜାପାନରେ ଅପରାହ୍ନ ୪ଟା ୧୦ ମିନିଟରେ ୭.୫ ତୀବ୍ରତାର ଭୂମିକମ୍ପ ଆସିବା ପରେ ଅପରାହ୍ନ ୪:୧୮ ରେ ୬.୧ ତୀବ୍ରତାର ଭୂମିକମ୍ପ, ଅପରାହ୍ନ ୪:୨୩ ରେ ୪.୫ ତୀବ୍ରତାର ଭୂମିକମ୍ପ, ୪:୨୯ ରେ ୪.୬ ତୀବ୍ରତାର ଭୂମିକମ୍ପ ଏବଂ ୪:୩୨ ରେ ୪.୮ ତୀବ୍ରତାର ଭୂମିକମ୍ପ ଅନୁଭୂତ ହୋଇଥିଲା।
ଭୂମିକମ୍ପ ପ୍ରଭାବରେ 5 ମିଟର ଉଚ୍ଚତାର ସୁନାମି ଆସିବା ଭୟରେ ଉପକୂଳ ବାସିନ୍ଦାଙ୍କ ଉଚ୍ଚ ସ୍ଥାନକୁ ଚାଲିଯିବାକୁ କୁହାଯାଇଛି। ଏହାରି ମଧ୍ୟରେ ଇଶିକାୱା ଜିଲାର ୱାଜିମା ସହରରେ ୧.୨ ମିଟର ଉଚ୍ଚତାର ସୁନାମି ଆସିଥିବା ଖବର ମିଳିଛି।
Powered by Froala Editor