ସଞ୍ଜୟଙ୍କ ଉପରେ ରାଗିଗଲେ ଅଯୋଧ୍ୟା ମନ୍ଦିର ମୁଖ୍ୟ ପୂଜକ
ଜାନୁଆରୀ ୨୨ ତାରିଖରେ ଅଯୋଧ୍ୟାରେ ହେବ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ପାଇଁ ଏବେ ଲୋକଙ୍କୁ ନିମନ୍ତ୍ରଣ ପଠାଯାଉଛି। ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀ, ବଡ ବଡ ନେତା, ତଥା ଅଭିନେତାଙ୍କୁ ଆମନ୍ତ୍ରିତ କରାଯାଇଛି। ଏହାରି ଭିତରେ ମହାରାଷ୍ଟ୍ରରେ ଆରୋପ ପ୍ରତ୍ୟାରୋପ ଆରମ୍ଭ ହୋଇଯାଇଛି। ଶିବସେନା ନେତା ତଥା ରାଜ୍ୟସଭା ସଞ୍ଜୟଙ୍କ ଉପରେ ରାଗିଗଲେ ଅଯୋଧ୍ୟା ମନ୍ଦିର ମୁଖ୍ୟ ପୂଜକ ସାଂସଦ ସଞ୍ଜୟ ରାଉତ ଏହାକୁ ନେଇ ପ୍ରଶ୍ନ ଉଠାଇଛନ୍ତି। ଏଥିସହ ଉଦ୍ଧବ ଠାକରେଙ୍କୁ ନିର୍ମନ୍ତ୍ରଣ ମିଳିନଥିବା ନେଇ ସେ ଅଭିଯୋଗ ଆଣିଛନ୍ତି। ସଞ୍ଜୟ ରାଉତଙ୍କୁ କଡ଼ା ସମାଲୋଚନା କରି କହିଛନ୍ତି ଏଭଳି କରି ସେମାନେ ପ୍ରଭୁ ଶ୍ରୀରାମଙ୍କୁ ଅପମାନିତ କରିଛନ୍ତି। ସେ କହିଛନ୍ତି ଏହି କାର୍ଯ୍ୟକ୍ରମକୁ ଆମନ୍ତ୍ରଣ କେବଳ ରାମ ଭକ୍ତଙ୍କ ପାଖକୁ ପଠାଯାଇଛି।
ଏହାକୁ ନେଇ ଏବେ ରାଗି ଯାଇଛନ୍ତି ଅଯୋଧ୍ୟା ରାମ ମନ୍ଦିରର ମୁଖ୍ୟ ପୂଜକ ଆଚାର୍ଯ୍ୟ ସତ୍ୟେନ୍ଦ୍ର ଦାସ। ଆଚାର୍ଯ୍ୟ କହିଛନ୍ତି, ’ଯେଉଁମାନେ ପ୍ରଭୁ ରାମଙ୍କ ଭକ୍ତ ଅଟନ୍ତି ସେମାନଙ୍କୁ ଆମନ୍ତ୍ରଣ ପଠାଯାଇଛି। ପ୍ରଭୁ ଶ୍ରୀ ରାମଙ୍କ ନାମରେ ଭାଜପା ନିର୍ବାଚନ ଲଢୁଛି ବୋଲି କହିବା ସମ୍ପୂର୍ଣ୍ଣ ଭୁଲ। ଆମର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସବୁଆଡେ ସମ୍ମାନ ପାଉଛନ୍ତି। ତାଙ୍କ କାର୍ଯ୍ୟକାଳ ମଧ୍ୟରେ ସେ ବହୁତ କାମ କରିଛନ୍ତି । ଏହା ରାଜନୀତି ନୁହେଁ। ଏହା ହେଉଛି ତାଙ୍କର ସମର୍ପଣ। ଏହି କାରଣରୁ ସେ ସଞ୍ଜୟଙ୍କ ବିବୃତ୍ତି ଉପରେ ମଧ୍ୟ ପ୍ରଶ୍ନ ଉଠାଇଛନ୍ତି।
ଆଚାର୍ଯ୍ୟ କହିଛନ୍ତି, ’ସଞ୍ଜୟ ରାଉତ ଏତେ ଯନ୍ତ୍ରଣା ଭୋଗୁଛନ୍ତି ଯେ ସେ ଏହାକୁ ପ୍ରକାଶ ମଧ୍ୟ କରିପାରିବେ ନାହିଁ। ସେ ହିଁ ପ୍ରଭୁ ରାମଙ୍କ ନାମରେ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ। ଯେଉଁମାନେ ପ୍ରଭୁ ରାମଙ୍କୁ ବିଶ୍ୱାସ କରୁଛନ୍ତି, ସେମାନେ କ୍ଷମତାରେ ରହି କାହିଁକି ଏଭଳି ନିର୍ବୋଧ କଥା କହୁଛନ୍ତି? ସେମାନେ ଭଗବାନ ଶ୍ରୀ ରାମଙ୍କୁ ଅପମାନ କରୁଛନ୍ତି।'
Powered by Froala Editor