ଶ୍ମଶାନରେ ଶୋଇପଡ଼ିଲେ ବୃଦ୍ଧ, କାରଣ ଜାଣିଲେ ଆଖିରେ ଆସିଯିବ ଲୁହ
କାହାର ମୃତ୍ୟୁ ହୋଇଗଲେ ଶ୍ମଶାନରେ ଜାଳି ଦିଆଯାଏ । ବିଶେଷ କରି ହିନ୍ଦୁ ଧର୍ମରେ ଏହି ପରମ୍ପରା ରହିଛି । ଚିତା ଜଳିଗଲେ ସେଠାରୁ ସମସ୍ତେ ଫେରି ଆସନ୍ତି । ହେଲେ ଜଣେ ବୃଦ୍ଧ ଶ୍ମଶାନରେ ଜଳୁଥିବା ଚିତା ପାଖରେ ଶୋଉଛନ୍ତି । ଆପଣ ଭାବୁଥିଲେ ବୃଦ୍ଧ ଜଣକ ପାଗଳ ହୋଇଥିଲେ ନିଶ୍ଚୟ । ହେଲେ ବାସ୍ତବ କଥା କିଛି ଅଲଗା । ବୃଦ୍ଧଙ୍କ କଥା ଶୁଣିଲେ ମନ କୋହରେ ଭରି ଉଠିବ ।
କିଛିଦିନ ତଳେ ସୋସିଆଲ ମିଡିଆରେ ଏକ ଭିଡିଓ ମୋବାଇଲରୁ ମୋବାଇଲକୁ ଘୁରି ବୁଲୁଛି। ଏହି ଭିଡିଓରେ ଜଣେ ବୃଦ୍ଧବ୍ୟକ୍ତିଙ୍କୁ ଦେଖିବାକୁ ମିଳୁଛି। ଯିଏକି ଶ୍ମଶାନରେ ଚିତା ଜଳୁଛି, ସ୍ଥାନ ଶୁନଶାନ ରହିଛି। କୌଣସି ବ୍ୟକ୍ତି ସେଠାରେ ଦେଖିବାକୁ ମିଳୁ ନାହାନ୍ତି ଏଭଳି ପରିସ୍ଥିତିରେ ସେଠାରେ ଶୋଇ ରହିଛନ୍ତି।
ଉତ୍ତରପ୍ରଦେଶର କାନପୁରର କୋହନା ଥାନା ଅଧୀନସ୍ଥ ଭୈରବ ଘାଟରେ ଶୋଇଥିବା ବୃଦ୍ଧ ଏହି ଘଟଣାକୁ ନେଇ କହନ୍ତି, ‘କାନପୁରରେ ୮ରୁ୯ ଡିଗ୍ରି ତାପମାତ୍ରା ରହିଥିବା ହେତୁ ପ୍ରବଳ ଥଣ୍ଡା। ମୋର ରହିବାକୁ ଘର ନାହିଁ। ଶ୍ମଶାନ ବାଟ ଦେଇ ଯାଉଥିବା ବେଳେ ଉଷୁମ ଲାଗିଲା। ପ୍ରବଳ ଥଣ୍ଡାରେ ଶରୀର କମ୍ପି ଉଠୁଥିବା ବେଳେ ଶ୍ମଶାନ ଭିତରେ ପଶିବା ପରେ ମୋତେ ଆରାମ ଲାଗିଲା। ତେଣୁ ମୁଁ ଜଳୁଥିବା ଚିତା ପାଖରେ ଶୋଇପଡ଼ିଲି।’ଏକଥା ଜାଣିବା ପରେ କଷ୍ଟ ଲାଗିବ । ଅନେକ ସ୍ୱେଚ୍ଛାସେବୀ ସଂସ୍ଥା କମ୍ବଳ, ଚଦର ବଣ୍ଟନ କରୁଥିବାବେଳେ ବୃଦ୍ଧ ଜଣକ ଶୀତରେ କମ୍ପୁଥିବା କଥା ସତରେ କଷ୍ଟଦାୟକ ।
Powered by Froala Editor