କାନାଡା ଗ୍ୟାଙ୍ଗଷ୍ଟର ଲଖବୀର ଆତଙ୍କବାଦୀ ଘୋଷିତ

କାନାଡା ଗ୍ୟାଙ୍ଗଷ୍ଟର ଲଖବୀର ସିଂ ଲାଣ୍ଡାକୁ ଭାରତ ସରକାର ଆତଙ୍କବାଦୀ ଘୋଷଣା କରିଛନ୍ତି। ଲଖବୀର ସିଂହକୁ ଆତଙ୍କବାଦୀ ଘୋଷଣା କରାଯାଇଥିବା ନେଇ କେନ୍ଦ୍ର ଗୃହମନ୍ତ୍ରାଳୟ ଏକ ବିଜ୍ଞାପ୍ତି ଜାରି କରି ସୂଚନା ଦେଇଛି। ଏହି ୩୩ ବର୍ଷୀୟ ଗ୍ୟାଙ୍ଗଷ୍ଟର ଲଖିବୀରକୁ କଡ଼ା ଆତଙ୍କବାଦୀ ବିରୋଧି ଆଇନ ‘ଅନ୍ଲଫୁଲ୍ ଆକ୍ଟିଭିଟିଜ୍’ (ପ୍ରିଭେନ୍ସନ୍) ଆକ୍ଟ୍’ (ୟୁଏପିଏ) ଅନୁଯାୟୀ ଡେଜିଗ୍ନେଟେଡ୍ ଟେରରିଷ୍ଟ୍ ଘୋଷଣା କରାଯାଇଛି।
ପଞ୍ଜାବ ଅନ୍ତର୍ଗତ ତରନ ତାରନ ଜିଲ୍ଲାର ମୂଳ ବାସିନ୍ଦା ଲଖବୀର କିଛି ବର୍ଷ ହେବ ଯାଇ କାନାଡାରେ ରହୁଛନ୍ତି। ଭାରତ ବିରୋଧରେ ଚାଲିଥିବା ଷଡ଼ଯନ୍ତ୍ରରେ ସେ ସମ୍ପୃକ୍ତ ଥିବା କଥା ଜଣାପଡ଼ିଛି। କେବଳ ସେତିକି ନୁହେଁ ୨୦୨୧ରେ ମହୋଲି ପଞ୍ଜବାର ପୁଲିସ ହେଡ୍ କ୍ୱାଟର ଉପରେ ହୋଇଥିବା ଆକ୍ରମଣରେ ମଧ୍ୟ ଲଖବୀର ସାମିଲ ଥିଲା।
ଅଭିଯୋଗ ଅନୁଯାୟୀ, ଲଖବୀର ସିଂ ଲାଣ୍ଡା ପାକିସ୍ତାନରୁ ଭାରତକୁ ବେଆଇନ ଅସ୍ତ୍ରଶସ୍ତ୍ର କାରବାରରେ ସମ୍ପୃକ୍ତ ଅଛି। ଏହା ଛଡା ସେ ପଞ୍ଜାବ ପୁଲିସ ଏବଂ ଜାତୀୟ ତଦନ୍ତକାରୀ ସଂସ୍ଥା-ଏନଆଇଏର ମୋଷ୍ଟ ୱାଣ୍ଟେଡ୍ ତାଲିକାରେ ଥିଲା। ଗୃହ ମନ୍ତ୍ରଣାଳୟ ତାକୁ କୁଖ୍ୟାତ ଖାଲିସ୍ତାନୀ ଗୋଷ୍ଠୀର ବାବର ଖାଲସା ଇଣ୍ଟରନ୍ୟାସନାଲ (ବି.କେ.ଆଇ) ର ସଦସ୍ୟ ବୋଲି ଚିହ୍ନଟ କରିଛି।
Powered by Froala Editor