ଷ୍ଟଡି ଟୁର୍ରେ ରୋମାଣ୍ଟିକ ହେଲେ ଶିକ୍ଷୟିତ୍ରୀ-ଛାତ୍ର : ବିଇଓଙ୍କୁ ଅଭିଯୋଗ କଲେ ଛାତ୍ରର ବାପା
ସୋସିଆଲ୍ ମିଡିଆରେ ଖୁବ୍ ଭାଇରାଲ୍ ହେବାରେ ଲାଗିଛି ଶିକ୍ଷୟିତ୍ରୀଙ୍କ ସହ ଦଶମ ଶ୍ରେଣୀ ଛାତ୍ରଙ୍କ ରୋମାଣ୍ଟିକ ଫଟୋ ସୁଟ୍। ଫଟୋରେ ଥିବା ଛାତ୍ର ଓ ଶିକ୍ଷୟିତ୍ରୀ ଦୁହେଁ ହେଉଛନ୍ତି କର୍ଣ୍ଣାଟକର ଚିକ୍କବଲ୍ଲାପୁର ଜିଲ୍ଲା ମୁରୁଗମଲ୍ଲା ସ୍ଥିତ ସରକାରୀ ବିଦ୍ୟାଳୟର।
ଏକ ଷ୍ଟଡି ଟୁରରେ ଯାଇଥିବା ବେଳେ ଶିକ୍ଷୟିତ୍ରୀ ଜଣଙ୍କ ଉକ୍ତ ଛାତ୍ରଙ୍କ ସହିତ ରୋମାଣ୍ଟିକ୍ ଫଟୋ ସୁଟ୍ କରିଥିଲେ। ଏହି ଫଟୋଗୁଡ଼ିକ ମଧ୍ୟରୁ କେଉଁଥିରେ ଶିକ୍ଷୟିତ୍ରୀ ଜଣଙ୍କ ଉକ୍ତ ଛାତ୍ରଙ୍କୁ ଚୁମା ଦେଉଛନ୍ତି ତ ଆଉ କେଉଁଥିରେ ଛାତ୍ର ଜଣଙ୍କ ଶିକ୍ଷୟିତ୍ରୀଙ୍କୁ ଚୁମା ଦେଉଛନ୍ତି। ଆଉ କେଉଁ ଫଟୋରେ ଛାତ୍ର ଜଣଙ୍କ ତାଙ୍କ ଶିକ୍ଷୟିତ୍ରୀଙ୍କୁ ବୋହିଛନ୍ତି ତ ଆଉ କେଉଁଥିରେ ତାଙ୍କ ଶାଢ଼ୀର କାନିକୁ ଟାଣି ଧରିଛନ୍ତି। ଫଟୋଗୁଡ଼ିକୁ ଅମିତ ସିଂହ ରଜାୱତ ନାମକ ଜଣେ ବ୍ୟକ୍ତି ସୋସିଆଲ୍ ମିଡିଆ ପ୍ଲାଟଫର୍ମ ‘X’ରେ ପୋଷ୍ଟ କରିଛନ୍ତି ।
ଏହା ସହ କ୍ୟାପସନରେ ଲେଖିଛନ୍ତି, ଆମ ସମାଜ କେଉଁ ଆଡ଼କୁ ଯାଉଛି? ଶିକ୍ଷୟିତ୍ରୀଙ୍କ ଏଭଳି ଆଚରଣକୁ ନେଇ ଉକ୍ତ ଛାତ୍ରଙ୍କ ବାପା ବ୍ଲକ୍ ଶିକ୍ଷାଧିକାରୀ (ବିଇଓ)ଙ୍କ ନିକଟରେ ଅଭିଯୋଗ କରିବା ସହ ଘଟଣାର ତଦନ୍ତ କରିବା ପାଇଁ ଦାବି କରିଛନ୍ତି। ଅପରପକ୍ଷେ ଅଭିଯୋଗ ପାଇବା ପରେ ବିଇଓ ଭି. ଉମାଦେବୀ ସ୍କୁଲକୁ ଯିବା ତଦନ୍ତ ଆରମ୍ଭ କରିଛନ୍ତି । ତେବେ ଏ ସମ୍ପର୍କରେ ସେ କୌଣସି ପ୍ରତିକ୍ରିୟା ଦେଇନାହାଁନ୍ତି ।
Powered by Froala Editor