ଚା’ ଦୋକାନରେ ପଶିଗଲା ଟ୍ରକ୍ :୫ ମୃତ, ୧୯ ଆହତ

ଗାଡ଼ି ଚଳାଇବା ବେଳେ ହଠାତ୍ ଶୋଇପଡିଲେ ଡ୍ରାଇଭର। ଫଲରେ ଟ୍ରକ୍ ଚା' ଦୋକାନ ଭିତର ପଶି ଯିବାରୁ ଘଟଣାସ୍ଥଳରେ ୫ ଜଣଙ୍କ ମୃତ୍ୟୁ ହୋଇଛି। ତାମିଲନାଡୁର ପୁଡୁକ୍କୋଟ୍ଟଇ ଅଞ୍ଚଳରେ ଘଟିଛି ଏ ଦୁର୍ଘଟଣା।
ଶୁକ୍ରବାର ରାତିରେ ତାମିଲନାଡୁର ପୁଡୁକ୍କୋଟ୍ଟାଇ ଜିଲ୍ଲା ଦେଇ ଯାଇଥିବା ତିରୁଚି-ରାମେଶ୍ବରମ୍ ଜାତୀୟ ରାଜପଥରେ ଗୋଟାଏ ଦ୍ରୁତଗାମୀ ଟ୍ରକ୍ ଚଢ଼ିଯିବାରୁ ୫ଜଣ ତୀର୍ଥଯାତ୍ରୀଙ୍କର ମୃତ୍ୟୁ ଘଟିଛି ଓ ୧୯ଜଣ ଆହତ ହୋଇଛନ୍ତି ବୋଲି ପୁଲିସ କହିଛି।ସାବରିମାଲା ଯିବା ବାଟରେ ସେ ତୀର୍ଥଯାତ୍ରୀମାନେ ରାସ୍ତାପାର୍ଶ୍ବ ଚା ଦୋକାନ ନିକଟରେ ଠିଆ ହୋଇଥିଲା ବେଳେ ଦୁର୍ଘଟଣା ଘଟିଥିଲା। ଦୁର୍ଘଟଣାରେ ଆହତ ହୋଇଥିବା ୩୯ ବର୍ଷିୟ ଟ୍ରକ୍ ଡ୍ରାଇଭର୍ ମାଣିକନନ୍ଦନଙ୍କ ପୁଲିସ ଗିରଫ କରିଛି। ତାଭ୍କ ନାଁ’ରେ ମାମଲା ରୁଜୁ କରି ଘଟଣାର ତଦନ୍ତ ଜାରି ରଖିଛି ପୁଲିସ।
ସିମେଣ୍ଟ ବସ୍ତା ନେଇ ଉକ୍ତ ଟ୍ରକ୍ ଅରିୟାଲୁର ଜିଲ୍ଲାରୁ ଶିବଗଙ୍ଗା ଜିଲ୍ଲାକୁ ଯାଉଥିଲା। ଡ୍ରାଇଭର୍ ଶୋଇପଡ଼ିବାରୁ ଟ୍ରକ୍ଟି ଅନିୟନ୍ତ୍ରିତ ହୋଇ ରାସ୍ତାପାର୍ଶ୍ବରେ ଠିଆ ହୋଇଥିବା ଦୁଇଟି ପର୍ଯ୍ୟଟକ ଭ୍ୟାନ୍ ଓ ଗୋଟାଏ କାର୍ ସହିତ ଧକ୍କା ଖାଇ ଗୋଟାଏ ଚା ଦୋକାନ ଭିତରକୁ ପଶିଗଲା।
Powered by Froala Editor