ପାକିସ୍ତାନରେ ନୂଆ ବର୍ଷ ସେଲିବ୍ରେସନ୍ କରିବାକୁ ନିଷେଧାଦେଶ

ନୂଆଦିଲ୍ଲୀ: ପାକିସ୍ତାନରେ ନୂଆ ବର୍ଷ ୨୦୨୪ର ସେଲିବ୍ରେସନ୍ କରିବାକୁ ନିଷେଧାଦେଶ ଦିଆଯାଇଛି। ପାକିସ୍ତାନର କାର୍ୟ୍ୟକାରୀ ପ୍ରଧାନମନ୍ତ୍ରୀ ଅନୱାରୁଲ ହକ କାକର ଗୁରୁବାର ଏହା ଘୋଷଣା କରିଛନ୍ତି। ଯୁଦ୍ଧଗ୍ରସ୍ତ ଗାଜା ଲୋକଙ୍କ ପ୍ରତି ଏକତା ପ୍ରଦର୍ଶନ କରିବାକୁ ଏହି ନିଷ୍ପତ୍ତି ନିଆଯାଇଛି ବୋଲି ସେ କହିଛନ୍ତି। ଜାତିର ଏକ ସମ୍ବୋଧନରେ କାକର ପାଲେଷ୍ଟାଇନୀୟମାନଙ୍କ ସହ ଏକତା ପ୍ରଦର୍ଶନ କରିବାକୁ ଏବଂ ନୂତନ ବର୍ଷରେ ସଂଯମତା ପ୍ରଦର୍ଶନ କରିବାକୁ ନିବେଦନ କରିଥିଲେ। ସେ କହିଛନ୍ତି, ‘ପାଲେଷ୍ଟାଇନର ପରିସ୍ଥିତି ଅତି ଚିନ୍ତାଜନକ। ଏହାକୁ ଧ୍ୟାନରେ ରଖି ପାଲେଷ୍ଟାଇନ ବାସୀଙ୍କ ପାଇଁ ସରକାର କୌଣସି ନୂଆ ବର୍ଷର କାର୍ୟ୍ୟକ୍ରମ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି।
ସେ କହିଛନ୍ତି, ନିର୍ଦ୍ଦୋଷର ହତ୍ୟାକାଣ୍ଡକୁ ନେଇ ସମଗ୍ର ପାକିସ୍ତାନ ଏବଂ ମୁସଲମାନ ଜଗତ ଅତ୍ୟନ୍ତ କ୍ରୋଧିତ। ଗାଜାରେ ଥିବା ସ୍ଵାସ୍ଥ୍ୟ ମନ୍ତ୍ରଣାଳୟର ସୂଚନା ଅନୁଯାୟୀ, ଯୁଦ୍ଧରେ ଏପର୍ୟ୍ୟନ୍ତ ୨୦ ହଜାରରୁ ଅଧିକ ପାଲେଷ୍ଟାଇନୀୟ ପ୍ରାଣ ହରାଇଛନ୍ତି। ସେଥିମଧ୍ୟରୁ ଅଧିକାଂଶ ମହିଳା ଏବଂ ଶିଶୁ। ଗାଜାର ୨.୩ ନିୟୁତ ଲୋକଙ୍କର ମଧ୍ୟରୁ ୮୫ ପ୍ରତିଶତ ଲୋକ ନିଜ ଘର ଛାଡିଛନ୍ତି।
ପାକିସ୍ତାନର କାର୍ୟ୍ୟକାରୀ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଆମ ଦେଶ ପାଲେଷ୍ଟାଇନକୁ ୨ ଟି ସହାୟତା ପ୍ୟାକେଜ ପଠାଇଛି ଏବଂ ତୃତୀୟ ପ୍ୟାକେଜ ପଠାଇବାକୁ ପ୍ରସ୍ତୁତ ହେଉଛି। ଏଥିପାଇଁ ଇସଲାମିକ ଗୋଷ୍ଠୀ ପାକିସ୍ତାନରେ ନୂଆ ବର୍ଷ ପାଳନ କରିବ ନାହିଁ। ଏହି ଲୋକମାନେ ବଳ ପ୍ରୟୋଗ ସମେତ ବିଭିନ୍ନ ଉପାୟରେ ଉତ୍ସବକୁ ବନ୍ଦ କରିବାକୁ ଚେଷ୍ଟା କରୁଛନ୍ତି ।
Powered by Froala Editor