ଅଯୋଧ୍ୟା ଏୟାରପୋର୍ଟ ମହର୍ଷି ବାଲ୍ମିକୀଙ୍କ ନାମରେ ନାମିତ
ଅଯୋଧ୍ୟା: ପାଖେଇ ଆସୁଛି ଅଯୋଧ୍ୟା ରାମ ମନ୍ଦିର ପ୍ରତିଷ୍ଠା ଉତ୍ସବ । ଏହା ପୂର୍ବରୁ ଶେଷ ହୋଇଛି ଅଯୋଧ୍ୟାରେ ନବନିର୍ମିତ ଅନ୍ତର୍ଜାତୀୟ ବିମାନ ବନ୍ଦର କାର୍ୟ୍ୟ । ଉଦଘାଟନର ଗୋଟିଏ ଦିନ ପୂର୍ବରୁ ବିମାନ ବନ୍ଦରର ନାମକରଣ କରାଯାଇଛି । ମହର୍ଷି ବାଲ୍ମିକୀଙ୍କ ନାମରେ ନାମିତ ହୋଇଛି ଅଯୋଧ୍ୟା ଅନ୍ତର୍ଜାତୀୟ ବିମାନ ବନ୍ଦର । ପୂର୍ବରୁ ମର୍ୟ୍ୟାଦା ପୁରୁଷ ଶ୍ରୀରାମଙ୍କ ନାମରେ ବିମାନ ବନ୍ଦରର ନାମକରଣ ହେବା ନେଇ ଚର୍ଚ୍ଚା ହେଉଥିଲା । ଶନିବାର ନବନିର୍ମିତ ଏହି ବିମାନ ବନ୍ଦରକୁ ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ । ଏହାପରେ ସେ ଏକ ବିଶାଳ ସମାବେଶକୁ ସମ୍ବୋଧନ କରିବାର କାର୍ୟ୍ୟକ୍ରମ ରହିଛି । ବୁଧବାର ଅଯୋଧ୍ୟା ରେଳ ଷ୍ଟେସନର ନାମକୁ ପରିବର୍ତ୍ତନ କରାଯାଇ ଅଯୋଧ୍ୟା ଧାମ ଜଙ୍କସନ ନାମରେ ନାମିତ କରାଯାଇଥିଲା । ମର୍ୟ୍ୟାଦା ପୁରୁଷ ପ୍ରଭୁ ରାମଚନ୍ଦ୍ରଙ୍କ ଭବ୍ୟ ମନ୍ଦିରର ପ୍ରତିଷ୍ଠା ଦିବସ ପୂର୍ବରୁ ଷ୍ଟେସନର ନାମକୁ ପରିବର୍ତ୍ତନ କରାଯିବା ସହ ବିମାନ ବନ୍ଦରର ନାମକରଣ କରାଯାଇଛି । ଆସନ୍ତା ୩୦ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନବୀକରଣ ହୋଇଥିବା ଷ୍ଟେସନ ଓ ବିମାନ ବନ୍ଦରର ଉଦଘାଟନ କରିବେ । ଅଯୋଧ୍ୟା ଧାମ ଜଙ୍କସନରେ ବନ୍ଦେ ଭାରତ ଓ ଅମୃତ ଭାରତ ଏକ୍ସପ୍ରେସକୁ ସବୁଜ ପତାକା ଦେଖାଇ ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ । ପ୍ରଧାନମନ୍ତ୍ରୀଙ୍କ ଗସ୍ତକୁ ନେଇ ଅଯୋଧ୍ୟାରେ ଜୋରସୋରେ ପ୍ରସ୍ତୁତି ଚାଲିଛି । ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି । ଆଜି ସନ୍ଧ୍ୟା ଠାରୁ ଅଯୋଧ୍ୟାରେ ଭାରିଯାନ ଯାତାୟତ ଉପରେ କଟକଣା ଲାଗିଛି ।
ବୁଧବାର ଅଯୋଧ୍ୟା ରେଳ ଷ୍ଟେସନର ନାମକୁ ପରିବର୍ତ୍ତନ କରାଯାଇ ଅଯୋଧ୍ୟା ଧାମ ଜଙ୍କସନ ନାମରେ ନାମିତ କରାଯାଇଥିଲା । ମର୍ୟ୍ୟାଦା ପୁରୁଷ ପ୍ରଭୁ ରାମଚନ୍ଦ୍ରଙ୍କ ଭବ୍ୟ ମନ୍ଦିରର ପ୍ରତିଷ୍ଠା ଦିବସ ପୂର୍ବରୁ ଷ୍ଟେସନର ନାମକୁ ପରିବର୍ତ୍ତନ କରାଯିବା ସହ ବିମାନ ବନ୍ଦରର ନାମକରଣ କରାଯାଇଛି । ଆସନ୍ତା ୩୦ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନବୀକରଣ ହୋଇଥିବା ଷ୍ଟେସନ ଓ ବିମାନ ବନ୍ଦରର ଉଦଘାଟନ କରିବେ । ଅଯୋଧ୍ୟା ଧାମ ଜଙ୍କସନରେ ବନ୍ଦେ ଭାରତ ଓ ଅମୃତ ଭାରତ ଏକ୍ସପ୍ରେସକୁ ସବୁଜ ପତାକା ଦେଖାଇ ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ । ପ୍ରଧାନମନ୍ତ୍ରୀଙ୍କ ଗସ୍ତକୁ ନେଇ ଅଯୋଧ୍ୟାରେ ଜୋରସୋରେ ପ୍ରସ୍ତୁତି ଚାଲିଛି । ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି । ଆଜି ସନ୍ଧ୍ୟା ଠାରୁ ଅଯୋଧ୍ୟାରେ ଭାରିଯାନ ଯାତାୟତ ଉପରେ କଟକଣା ଲାଗିଛି ।
ଡିସେମ୍ବର ୩୦ରେ ଅଯୋଧ୍ୟା ବିମାନ ବନ୍ଦର କାର୍ୟ୍ୟକ୍ଷମ ହେବ । ଏହାପରେ ଜାନୁଆରୀ ୬ରୁ ଏହିଠାରୁ ନିୟମିତ ଭାବେ ଦିଲ୍ଲୀକୁ ଉଡାଣ କରିବ ବିମାନ । ସେହିପରି ଜାନୁଆରୀ ୧୧ରୁ ଅହମ୍ମଦାବାଦ ଏବଂ ଜାନୁଆରୀ ୧୫ରୁ ମୁମ୍ବାଇକୁ ବିମାନ ସେବା ଆରମ୍ଭ ହେବ ।
Powered by Froala Editor