ୟୁଜିସିର ବଡ଼ ନିଷ୍ପତ୍ତି, ଜାଣନ୍ତୁ କଣ ?
ଭୁବନେଶ୍ବର: ବିଶ୍ବବିଦ୍ୟାଳୟ ଅନୁଦାନ ଆୟୋଗ (ୟୁଜିସି) ଏକ ବଡ଼ ନିଷ୍ପତ୍ତି ନେଇଛି । ବର୍ତ୍ତମାନଠାରୁ କୌଣସି କଲେଜରେ ଏମ୍.ଫିଲ୍ ନାମଲେଖା ହେବ ନାହିଁ। ଏମ୍.ଫିଲ୍ ଡିଗ୍ରୀକୁ ବନ୍ଦ କରିଦେଇଛି ୟୁଜିସି। ଏ ସମ୍ୱନ୍ଧରେ ୟୁଜିସି କଲେଜଗୁଡ଼ିକୁ ନୋଟିସ ଜାରି କରି ନିର୍ଦ୍ଦେଶ ଦେଇଛି।
ୟୁଜିସି ସେକ୍ରେଟାରୀ ମନୀଷ ଯୋଶୀ ମଧ୍ୟ ଛାତ୍ରଛାତ୍ରୀମାନଙ୍କୁ ଏହି ପାଠ୍ୟକ୍ରମରେ ଆଡମିସନ ନ ନେବାକୁ ଅନୁରୋଧ କରିଛନ୍ତି। ଅର୍ଥାତ ବର୍ତ୍ତମାନଠାରୁ ଏମ୍.ଫିଲ୍ ପାଠ୍ୟକ୍ରମର ମାନ୍ୟତାକୁ ସମାପ୍ତ କରି ଦିଆଯାଇଛି ମାଷ୍ଟର ଅଫ୍ ଫିଲୋସଫିର ଡିଗ୍ରୀ ବନ୍ଦ କରିବା ନେଇ ୟୁଜିସି ନିର୍ଦ୍ଦେଶ ଜାରି କରିଛି।
ଏ ସମ୍ପର୍କରେ ଜାରି ବିଜ୍ଞପ୍ତିରେ ୟୁଜିସି କହିଛି ଯେ, ଏମ୍.ଫିଲ୍ ଏକ ସ୍ବୀକୃତିପ୍ରାପ୍ତ ଡିଗ୍ରୀ ନୁହେଁ । ଏମ୍.ଫିଲ୍ ଅର୍ଥାତ୍ ମାଷ୍ଟର ଅଫ୍ ଫିଲୋସଫି ଦୁଇ ବର୍ଷର ଏକ ପୋଷ୍ଟଗ୍ରାଜୁଏଟ ଏକାଡେମିକ ରିସର୍ଚ୍ଚ ପ୍ରୋଗ୍ରାମ, ଯାହା PhD ପାଇଁ ପ୍ରୋଭିଜନାଲ୍ ଏନ୍ରୋଲମେଣ୍ଟ ଭାବରେ କାର୍ୟ୍ୟ କରିଥାଏ। ଏବେ ୟୁଜିସି କହିଛି ଯେ ଏହି ଡିଗ୍ରୀ ସ୍ୱୀକୃତିପ୍ରାପ୍ତ ନୁହେଁ ତେଣୁ କୌଣସି ବି କଲେଜ ଏହି ଡିଗ୍ରୀ ପାଇଁ ଆଡମିଶନ ଆମନ୍ତ୍ରଣ କରନ୍ତୁ ନାହିଁ କିମ୍ବା ଛାତ୍ରଛାତ୍ରୀମାନେ ମଧ୍ୟ ଏହି ପାଠ୍ୟକ୍ରମରେ ନାମ ଲେଖାନ୍ତୁ ନାହିଁ।
Powered by Froala Editor