ଓଜେଏସ୍ ପରୀକ୍ଷା ଫଳ: ୫୫ ପରୀକ୍ଷାର୍ଥୀ କୃତକାର୍ୟ୍ୟ, ସୁଶ୍ରିତା ମିଶ୍ର ଟପ୍ପର
କଟକ : ପ୍ରକାଶ ପାଇଛି ଓଜେଏସ୍ ୨୦୨୨ ପରୀକ୍ଷା ଫଳ । ୫୫ ଜଣ ପରୀକ୍ଷାର୍ଥୀ କୃତକାର୍ୟ୍ୟ ହୋଇଥିବା ଓପିଏସସି ପକ୍ଷରୁ ସୂଚନା ଦିଆଯାଇଛି । ସୁଶ୍ରିତା ମିଶ୍ର ଟପ୍ପର ହୋଇଥିବା ନୀଲିଶା ପଟ୍ଟନାୟକ ଦ୍ୱିତୀୟ ସ୍ଥାନରେ ରହିଛନ୍ତି । ଅନନ୍ୟା ମିଶ୍ର ତୃତୀୟ ସ୍ଥାନରେ ଥିବାବେଳେ ଚତୁର୍ଥ ସ୍ଥାନରେ ରାଣୀ ରଞ୍ଜିତା ପଟ୍ଟନାୟକ ।
ପ୍ରଥମ ଆଠ ସ୍ଥାନରେ ଝିଅ ଅଛନ୍ତି । ସେହି ଶୀର୍ଷ ୨୦ ଜଣଙ୍କ ମଧ୍ୟରେ ୧୫ ଜଣ ଝିଅ ଅଛନ୍ତି । ପ୍ରଥମ ୧୦ ଜଣ ହେଲେ- ସୁଶ୍ରୀତା ମିଶ୍ର, ନୀଲିଶା ପଟ୍ଟନାୟକ, ଅନନ୍ୟା ମିଶ୍ର, ରାଣୀରଂଜିତା ପଟ୍ଟନାୟକ, ଲୋପାମୁଦ୍ରା ଆଚାର୍ୟ୍ୟ, ହର୍ଷିତା ମିଶ୍ର, ପ୍ରଜ୍ଞା ସୁମନ ମହାପାତ୍ର, ଏସ୍.ଆର.ତୋଷାଳି, ସତ୍ୟଜିତ ପାଣି, ଲଳିତେନ୍ଦୁ ଦେବତା ।
Powered by Froala Editor