ମୁଁ ଯେଉଁ କଷ୍ଟ ଭୋଗୁଛି, ଆଉ କେହି ନପାଉ
ମୁଖ କର୍କଟ ରୋଗରେ ଆକ୍ରାନ୍ତ ଅଭିନେତା ସାତ୍ୟକି ମିଶ୍ର । ମୁଖ ଅପରେସନ ହେବା ପରେ ଲୋକମାନଙ୍କୁ ତମ୍ବାଖୁ ସେବନ ନ କରିବା ପାଇଁ ସେ ଅନୁରୋଧ କରିଛନ୍ତି। ସୋସିଆଲ ମିଡ଼ିଆରେ ଭିଡିଓ ପୋଷ୍ଟ କରି ସେ କହିଛନ୍ତି , ଗତ ୧ ବର୍ଷ ହେବ ସେ କ୍ୟାନସରରେ ପୀଡ଼ିତ ହୋଇ ଅନେକ କଷ୍ଟ ପାଇଛନ୍ତି। ମଦ, ସିଗାରେଟ ଓ ଗୁଟଖା ଖାଇ ଜୀବନକୁ କଷ୍ଟ ନ ଦେବାକୁ ସେ ଅନୁରୋଧ କରିଛନ୍ତି। ସେ କହିଛନ୍ତି, ମୁଁ ଆଶା କରୁଛି ସମସ୍ତେ ମୋର ଅନୁରୋଧ ରକ୍ଷା କରିବେ।
ଲୋକମାନଙ୍କୁ ଗୁଟ୍ଖା ନ ଚୋବାଇବା ପାଇଁ ଅନୁରୋଧ କରିଛନ୍ତି ସାତ୍ୟକି । ସେ କହିଛନ୍ତି କି, କ୍ୟାନସରରେ ପୀଡିତ ହୋଇ ଅନେକ କଷ୍ଟ ପାଇଛନ୍ତି । ମଦ, ସିଗାରେଟ ଓ ଗୁଟଖା ଖାଇ ଜୀବନକୁ କଷ୍ଟ ନଦେବାକୁ ସେ ଅନୁରୋଧ କରିଛନ୍ତି ।
ସୂଚନା ଥାଉକି ଓଡିଆ ଚଳଚିତ୍ରର ଜଣାଶୁଣା ଅଭିନେତା ସାତ୍ୟକି ମିଶ୍ର ମୁଖ କର୍କଟ ରୋଗରେ ଆକ୍ରାନ୍ତ ହୋଇଛନ୍ତି। ଗତ ୧ ବର୍ଷ ତଳେ ତାଙ୍କର ମୁହଁ ଅପରେସନ ହୋଇଛି। ଏହା ଅତ୍ୟନ୍ତ ଯନ୍ତ୍ରଣାଦାୟକ ବୋଲି ସେ କହିଛନ୍ତି ।
Powered by Froala Editor