ରାହୁଲ ଆସିବେ ଓଡ଼ିଶା
ଭୁବନେଶ୍ୱର: ଓଡ଼ିଶା ଆସିବେ କଂଗ୍ରେସ ନେତା ରାହୁଲ ଗାନ୍ଧୀ । ଭାରତ ନ୍ୟାୟ ଯାତ୍ରାରେ ରାହୁଲ ଓଡ଼ିଶା ଆସିବେ । ଓଡ଼ିଶା ସମେତ ୧୪ ରାଜ୍ୟରେ ରାହୁଲ ଭାରତ ନ୍ୟାୟ ଯାତ୍ରା କରିବେ ବୋଲି ଜଣାଯାଇଛି ।
ଲୋକସଭା ନିର୍ବାଚନକୁ ଦୃଷ୍ଟିରେ ରଖି କଂଗ୍ରେସ ଭାରତ ଯୋଡ଼ ଯାତ୍ରାର ଦ୍ବିତୀୟ ସଂସ୍କରଣ ଆରମ୍ଭ କରିବାକୁ ଘୋଷଣା କରିଛି । କିନ୍ତୁ ଏଥର ଭାରତ ଯୋଡ଼ ନୁହେଁ, 'ଭାରତ ନ୍ୟାୟ ଯାତ୍ରା' କରିବେ ରାହୁଲ ଗାନ୍ଧୀ । ଭାରତ ଯୋଡ ଯାତ୍ରାର ନାମ ବଦଳାଯାଇ 'ଭାରତ ନ୍ୟାୟ ଯାତ୍ରା' ରଖାଯାଇଛି । ଜାନୁଆରୀ ୧୪ ତାରିଖରୁ କଂଗ୍ରେସ ପଦଯାତ୍ରା ଆରମ୍ଭ କରିବ । କଂଗ୍ରେସ ନେତା ଦୀର୍ଘ ୬,୨୦୦ କିଲୋମିଟର ରାସ୍ତା ଅତିକ୍ରମ କରିବେ । ଭାରତ ନ୍ୟାୟ ଯାତ୍ରା ହିଂସାଗ୍ରସ୍ତ ଉତ୍ତରପୂର୍ବ ରାଜ୍ୟ ମଣିପୁରରୁ ଆରମ୍ଭ ହୋଇ ମୁମ୍ବାଇରେ ଶେଷ ହେବ । ଏହି ଯାତ୍ରାରେ ରାହୁଲ ଗାନ୍ଧୀ ଓଡ଼ିଶା ଆସିବେ । ଏନେଇ ଆଜି କଂଗ୍ରେସର ସାଧାରଣ ସମ୍ପାଦକ କେସି ବେଣୁଗୋପାଳ ସୂଚନା ଦେଇଛନ୍ତି ।ଭାରତ ନ୍ୟାୟ ଯାତ୍ରା ଜାନୁଆରୀ ୧୪ରୁ ମାର୍ଚ୍ଚ ୨୦ ପର୍ୟ୍ୟନ୍ତ ଚାଲିବ । କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ୍ଗେ ସବୁଜ ପତାକା ଦେଖାଇ ମଣିପୁରରୁ ଯାତ୍ରାର ଶୁଭାରମ୍ଭ କରିବେ ।
Powered by Froala Editor