ନୂଆ ବର୍ଷରେ ପାଟ୍ରୋଲିଂ ହେବ ଜୋରଦାର, ରୋଡ ରୋମିଓଙ୍କ ଉପରେ ପୁଲିସର କଡ଼ା ନଜର
ଭୁବନେଶ୍ବର: ନୂଆ ବର୍ଷ ପାଇଁ ଆକ୍ସନ ମୋଡରେ କମିଶନରେଟ ପୁଲିସ। ରୋଡ ରୋମିଓ ସାବଧାନ! ରାସ୍ତାରେ ବୁଲିବ ସିପିଙ୍କ ସ୍କାଡ୍। ଏନେଇ ସୂଚନା ଦେଇ ପୁଲିସ କମିଶନର କହିଛନ୍ତି, ଜିରୋ ନାଇଟ ପାଇଁ ବ୍ୟାପକ ପୁଲିସ ଫୋର୍ସ ମୁତୟନ କରାଯିବ। ଶାନ୍ତି ଶୃଙ୍ଖଳା ସହ ନିଉ ଇୟର ସେଲିବ୍ରେସନ କରନ୍ତୁ, ନିୟମ ଉଲ୍ଲଙ୍ଘନ କରିବା କିମ୍ବା ଅନ୍ୟକୁ ଅସୁବିଧାରେ ପକାଇବା ଭଳି କାମ କଲେ – ଅନ ଦ ସ୍ପଟ ଆକ୍ସନ ନେବ ପୁଲିସ। ପୁଲିସ ଛାଉଣୀରେ ରହିବ ଟ୍ୱିନ ସିଟି । ମୁତୟନ ହେବେ ୫୦ ପ୍ଲାଟୁନ ପୁଲିସ ଫୋର୍ସ ।
ନୂଆ ବର୍ଷରେ ପାଟ୍ରୋଲିଂକୁ ଜୋରଦାର କରାଯିବା ସହ ରଫ୍ ଡ୍ରାଇଭିଙ୍ଗ ଓ ରୋଡ ରୋମିଓଙ୍କ ଉପରେ ପୁଲିସର କଡ଼ା ନଜର ରହିବ। ଟ୍ୱିନ ସିଟିର ସୁରକ୍ଷା ବ୍ୟବସ୍ଥା କଡାକଡ଼ି କରାଯିବା ଲାଗି ପୁଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ହୋଇଛି।
Powered by Froala Editor