ହାଟରୁ ଫେରୁଥିଲେ ଯୁବକ, ଦଳିଦେଲା ଦନ୍ତା

ବଡବିଲ : ହାଟରୁ ଫେରିବା ସମୟରେ ଦଳିଦେଲା ଦନ୍ତା । ଘଟଣାସ୍ଥଳରେ ଯୁବକଙ୍କ ମୃତ୍ୟୁ ହୋଇଛି । ମୃତକ ହରିଡ଼ାଯୋଡ଼ି ଗାଁର ମିଥୁନ ମୁଣ୍ଡା ।ମଙ୍ଗଳବାର ସନ୍ଧ୍ୟାରେ ମିଥୁନ ମୁଣ୍ଡା ଅନ୍ୟ ୩ ଜଣଙ୍କ ସହ ମରସୁଆଁ ହାଟରୁ ଫେରୁଥିଲେ । ଗାଁରେ ପହଞ୍ଚିବାକୁ ଆଉ ଅଳ୍ପ ବାଟ ଥିବାବେଳେ ବିନୋଦବିହାରୀପୁର ନିକଟ ଜଙ୍ଗଲିଆ ରାସ୍ତାରେ ହାତୀ ହାବୁଡ଼ରେ ପଡ଼ିଯାଇଥିଲେ । ୩ ଜଣ ଘଟଣାସ୍ଥଳରୁ ଦୌଡ଼ି ପଳାଇଥିବା ବେଳେ ମିଥୁନ ମୁଣ୍ଡାକୁ ହାତୀ ଦଳି ଦେଇଥିଲା । ଫଳରେ ଘଟଣାସ୍ଥଳରେ ମିଥୁନଙ୍କର ମୃତ୍ୟୁ ଘଟିଥିଲା । ଏନେଇ ଜଣାପଡ଼ିବା ପରେ ବନ ବିଭାଗ ଓ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ଶବକୁ ବ୍ୟବଚ୍ଛେଦ ପାଇଁ ଚମ୍ପୁଆ ଉପଖଣ୍ଡ ଡ଼ାକ୍ତରଖାନା ପଠାଇଥିବା ଜଣାପଡିଛି ।
Powered by Froala Editor