RBI କାର୍ଯ୍ୟାଳୟ ଉଡ଼ାଇ ଦେବାକୁ ଇ-ମେଲରେ ଧମକ
ମୁମ୍ବାଇରେ ଥିବା ଆର୍ବିଆଇ କାର୍ଯ୍ୟାଳୟକୁ ବୋମା ପକାଇ ଉଡାଇ ଦେବାକୁ ଧମକ ମିଳିଛି। ଆରବିଆଇ କାର୍ଯ୍ୟାଳୟ ସମେତ ୧୧ ସ୍ଥାନକୁ ବୋମା ଲଗାଇ ଉଡାଇ ଦେବାକୁ ମେଲରେ ଧମକ ମିଳିଛି। ଏଥିରେ ଆରବିଆଇ ଗଭର୍ନର ଶକ୍ତିକାନ୍ତ ଦାସ ଏବଂ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଇସ୍ତଫା ଦାବି କରାଯାଇଛି। ଇ-ମେଲ ପଠାଇଥିବା ବ୍ୟକ୍ତି ନିଜକୁ ଭାରତ ବିରୋଧୀ ବୋଲି ଦାବି କରିଛି। ଏହାକୁ ନେଇ ଏବେ ହଇଚଇ ସୃଷ୍ଟି ହୋଇଛି।
ସୂଚନା ମୁତାବକ, ମୁମ୍ବାଇ ସ୍ଥିତ ଆରବିଆଇ କାର୍ଯ୍ୟାଳୟକୁ ଏକ ଧମକପୂର୍ଣ୍ଣ ଇ-ମେଲ ମିଳିଥିଲା ଯେଉଁଥିରେ ଅନେକ ସ୍ଥାନରେ ବୋମା ଲଗାଯାଇଥିବା ଦାବି କରାଯାଇଥିଲା। ଇ-ମେଲରେ ଆରବିଆଇ କାର୍ଯ୍ୟାଳୟ, HDFC ବ୍ୟାଙ୍କ ଏବଂ ଆଇସିଆଇସିଆଇ ବ୍ୟାଙ୍କରେ ବୋମା ରଖାଯାଇଥିବା ଦାବି କରାଯାଇଥିଲା।
ଏହି ମେଲରେ ଆହୁରି ଲେଖା ଯାଇଛି ଉଭୟ ଆରବିଆଇ ଗଭର୍ଣ୍ଣର ଓ ଅର୍ଥମନ୍ତ୍ରୀ ତୁରନ୍ତ ସେମାନଙ୍କ ପଦରୁ ଇସ୍ତଫା ଦେବା ସହ ଘୋଟାଲାର ଖୁଲାସା କରି ଏକ ପ୍ରେସ ବିବୃତ୍ତି ଜାରି କରନ୍ତୁ। ଏହା ମଧ୍ୟ ଦାବି କରାଯାଇଛି ଯେ, ସରକାର ଦୁର୍ନୀତିରେ ସମ୍ପୃକ୍ତ ଥିବା ସମସ୍ତଙ୍କୁ ଦଣ୍ଡ ଦିଅନ୍ତୁ। ଯଦି ଅପରାହ୍ନ ୧.୩୦ ପୂର୍ବରୁ ଆମର ଦାବି ପୂରଣ ନହୁଏ, ତେବେ ସମସ୍ତ ୧୧ଟି ବୋମା ସିରିଏଲ ବ୍ଲାଷ୍ଟ ହେବ । ତେବେ ସର୍ଚ୍ଚ ବେଳେ ସେପରି କୌଣସି ସନ୍ଧିଗ୍ଧ ଜିନିଷ ମିଳିନଥିଲା। ଏହି ମାମଲାରେ ମୁମ୍ବାଇ ପୋଲିସ ପକ୍ଷରୁ ମାମଲା ରୁଜୁ କରାଯାଇଛି।
Powered by Froala Editor