ଦୁର୍ଘଟଣା ଘଟି ଦନ୍ତା ହାତୀ ମୃତ
କେନ୍ଦୁଝର: କେନ୍ଦୁଝର ବନଖଣ୍ଡର ତେଲକୋଇ ରେଞ୍ଜ ୪୯ନମ୍ବର ଜାତୀୟ ରାଜପଥ କଣ୍ଟା ବାହାଳ ଗ୍ରାମ ନିକଟରେ ଏକ ଟ୍ରକ୍ ଧକ୍କାରେ ଗୋଟିଏ ଦନ୍ତା ହାତୀର ମୃତ୍ୟୁ ହୋଇଥିବା ଜଣା ପଡିଛି । ହାତୀ ଜାତୀୟ ରାଜପଥ ପାର ହେଉଥିବା ବେଳେ ଏହି ଦୁର୍ଘଟଣା ଘଟିଥିବା କୁହା ଯାଉଛି । ଲୁହାପଥର ବୋଝେଇ ଟ୍ରକ୍ ୪୯ ନମ୍ବର ଜାତୀୟ ରାଜପଥରେ କେନ୍ଦୁଝର ଆଡୁ ପାଲଲହଡ଼ା ଅଭିମୁଖେ ଯାଉଥିବା ବେଳେ ସେହି ସମୟରେ ଦନ୍ତା ହାତୀ ରାସ୍ତା ପାର ହେଉଥିବାରୁ ଟ୍ରକ ହାତୀକୁ ଧକ୍କା ହୋଇଥିଲା । ଦୁର୍ଘଟଣା ପରେ ହାତୀଟି ରାସ୍ତା କଡକୁ ଛିଟିକି ପଡ଼ିଥିଲା । କିଛି ସମୟ ପରେ ହାତୀ ଟି ଛିଡ଼ା ହୋଇ କିଛି ପାଦ ଚାଲିବା ବେଳେ ଏକ ବିଲ ମଝିରେ ଖସି ପଡ଼ିଥିଲା । ସ୍ଥାନୀୟ ଲୋକେ ହାତୀ ପାଖକୁ ଯାଇ ସ୍ଥିତି ପରଖୁ ଥିବା ବେଳେ ହାତୀର ମୃତ୍ୟୁ ହୋଇ ଯାଇଥିବା ଜଣାପଡିଛି । ଦୁର୍ଘଟଣା ଘଟାଇଥିବା ଟ୍ରକଟିକୁ ଜବତ କରାଯାଇଛି। ଏଥିସହିତ ଟ୍ରକ ଡ୍ରାଇଭରକୁ ଗିରଫ କରାଯାଇଛି ।
Powered by Froala Editor