ବାବା ଆଖଣ୍ଡଳମଣିଙ୍କ ମନ୍ଦିର ଉନ୍ନତିକରଣ କାର୍ୟ୍ୟର ସମୀକ୍ଷା କରିବେ ପାଣ୍ଡିଆନ୍
ଭଦ୍ରକ: ଭଦ୍ରକ ଯିବେ ୫-ଟି ଅଧ୍ୟକ୍ଷ ଭି.କେ ପାଣ୍ଡିଆନ୍। ଏହି ଅବସରରେ ଭଦ୍ରକ ଜିଲ୍ଲାରେ ଅନେକ କାର୍ୟ୍ୟକ୍ରମରେ ଯୋଗ ଦେବେ । ପ୍ରଥମେ ବାବା ଆଖଣ୍ଡଳମଣିଙ୍କ ପୀଠରେ ଦର୍ଶନ ପରେ ମନ୍ଦିର ଉନ୍ନତିକରଣ କାର୍ୟ୍ୟର ସମୀକ୍ଷା କରିବେ । ପରେ ଏକ ସାଧାରଣ ସଭାରେ ଯୋଗ ଦେବେ । ଏହାପରେ ଧାମନଗର ନିର୍ବାଚନ ମଣ୍ଡଳୀରେ ଏକ ସାଧାରଣ ସଭାର କାର୍ୟ୍ୟକ୍ରମ ରହିଛି । ପରେ ଭଦ୍ରକ ସ୍ଥିତ ନେହେରୁ ଷ୍ଟାଡିୟମରେ ପହଞ୍ଚି କିଛି କାର୍ୟ୍ୟକ୍ରମରେ ଯୋଗ ଦେବା ପରେ ଭୁବନେଶ୍ବର ଫେରିବେ ।
ରାଜ୍ୟର ବହୁ ପୁରାତନ ଶୈବପୀଠ ଆରଡିଧାମର ବାବା ଆଖଣ୍ଡଳମଣିଙ୍କ ମନ୍ଦିର ପରିସର ରାଜ୍ୟ ସରକାରଙ୍କ ପ୍ରଥମ ପର୍ୟ୍ୟାୟରେ ୬କୋଟି ଟଙ୍କାରେ ଝଟକୁଛି । ଏବେ ପୀଠର ଚତୁଃପାର୍ଶ୍ବର ସମ୍ପ୍ରସାରଣ ସହ ଉନ୍ନତିମୂଳକ କାର୍ୟ୍ୟ ପାଇଁ ରାଜ୍ୟ ସରକାର ଯୋଗାଇଛନ୍ତି ୪୨ କୋଟି ଟଙ୍କା । ଯାହାକି ଦୀର୍ଘ ଏକ ଶହ ବର୍ଷର ମାଷ୍ଟରପ୍ଲାନ ସ୍ବପ୍ନ ଏବେ ବାସ୍ତବ ରୂପ ନେଉଛି। ୨ୟ ପର୍ୟ୍ୟାୟ କାର୍ୟ୍ୟ କେତେ ବାଟ ଆଗେଇଛି। ଏହାର ସମୀକ୍ଷା କରିବା ଲାଗି ୫ଟି ତଥା ମୋ ଓଡିଶା, ନବୀନ ଓଡିଶାର ଅଧ୍ୟକ୍ଷ ଭି କାର୍ତ୍ତିକେୟନ ପାଣ୍ଡିଆନ ସକାଳ ୧୦ ଟା ୩୦ରେ ଆରଡିପୀଠରେ ପହଞ୍ଚିବେ । ପ୍ରଥମେ ବାବା ଆଖଣ୍ଡଳମଣିଙ୍କୁ ଦର୍ଶନ କରିବା ସହ ପୂଜାର୍ଚ୍ଚନା କରି ମନ୍ଦିର ରୂପାନ୍ତରଣ କାର୍ୟ୍ୟ ବୁଲି ଦେଖିବେ । ଏହାପରେ ସେବାୟତଙ୍କ ସହ ଆଲୋଚନା କରିବେ।
Powered by Froala Editor