ପ୍ରେମିକା କରିବାକୁ ଲିଙ୍ଗ ବଦଳାଇଥିଲେ, ଚେନ୍ରେ ବାନ୍ଧି ଜୀଅନ୍ତା ଜାଳିଦେଲେ

ଅଧା ରହିଗଲା ଜନ୍ମ ଦିନ। ଜଣେ ୨୬ ବର୍ଷୀୟ ମହିଳା ଇଞ୍ଜିନିୟର୍ଙ୍କୁ ତାଙ୍କ ସ୍କୁଲ୍ ବେଳର ସାଥୀ ଚେନ୍ରେ ବାନ୍ଧି ପକାଇ କ୍ଷତବିକ୍ଷତ କରିବା ସହିତ ଜୀଅନ୍ତା ଜାଳି ମାରିଛି।ଏଭଳି ଘଟଣା ଘଟିଛି ତାମିଲନାଡୁର ଚେନ୍ନାଇରେ। ଏହି ହତ୍ୟାକାଣ୍ଡରେ ମାମଲାରେ ପୁଲିସ ଇଞ୍ଜିନିୟର୍ ଆର୍. ନନ୍ଦୀନିଙ୍କୁ ହତ୍ୟା କରିଥିବା ଅଭିଯୋଗରେ ଏମ୍ବିଏ ସ୍ନାତକ ବେତ୍ତିମାରନ୍ଙ୍କୁ ପୁଲିସ ଗିରଫ କରିଛି। ଲିଙ୍ଗ ପରିବର୍ତ୍ତନ ପୂର୍ବରୁ ବେତ୍ତିମାରାନ୍ଙ୍କ ନାଁ ଥିଲା ପଣ୍ଡି ମୁରୁଗେଶ୍ୱରୀ।
ଲିଙ୍ଗ ପରିବର୍ତ୍ତନ କରିବା ପରେ ବେତ୍ତିମାରନ୍ ଦୈହିକ ସମ୍ପର୍କ ଲାଗି ବାରମ୍ବାର ଅନୁରୋଧ କରିବା ସତ୍ତ୍ବେ ନନ୍ଦୀନି ଅରାଜି ହେବାରୁ ଦୁହିଁଙ୍କ ମଧ୍ୟରେ ମନୋମାଳିନ୍ୟ ହୋଇଥିଲା। କିନ୍ତୁ, ଦୁହେଁ ପରସ୍ପର ସହିତ ଯୋଗଯୋଗ ରଖିଥିଲେ। ‘ଆଇଟି’ରେ ‘ବିଏସ୍ସି’ ଡିଗ୍ରି ହାସଲ କରିବା ପରେ ନନ୍ଦୀନି ୮ ମାସ ତଳେ ଚେନ୍ନାଇରେ ଚାକିରି ଖଣ୍ଡେ ପାଇ ମାମୁଙ୍କ ପାଖରେ ରହୁଥିଲେ। ଶନିବାର ଦିନ ବେତ୍ତିମାରନ୍ ନନ୍ଦୀନିଙ୍କୁ ଫୋନ୍ କରି ଡକାଇଲେ। ବେତ୍ତିମାରନ୍ ନନ୍ଦୀନିଙ୍କୁ କିଛି ନୂଆ ପୋଷାକପତ୍ର ଖରିଦ କରିଦେଲେ। ନନ୍ଦୀନି ସେସବୁ ଗୋଟାଏ ଅନାଥାଶ୍ରମରେ ଦାନ କଲେ।
ଏହାପରେ ବେତ୍ତିମାରନ୍ ନନ୍ଦିନୀଙ୍କୁ ବାଇକ୍ରେ ବସାଇ ଘରେ ଛାଡିଦେବାକୁ କହିଥିଲେ। ତେବେ ଘରକୁ ଯିବା ବାଟରେ ପୋନ୍ମାର ଅଞ୍ଚଳର ଗୋଟାଏ ନିଛାଟିଆ ଜାଗାରେ ବେତ୍ତିମାରନ୍ ଗାଡ଼ି ଅଟକାଇଲେ। ଫଟୋ ପାଇଁ ପୋଜ୍ ଦେବାକୁ ନନ୍ଦୀନିଙ୍କୁ କହିଲେ। ତା’ପରେ ବେତ୍ତିମାରନ୍ ବାଇକ୍ରେ ଆଣିଥିବା ଚେନ୍ରେ ନନ୍ଦିନୀଙ୍କ ଦୁଇହାତ ଓ ଗୋଡ଼ ବାନ୍ଧି ପକାଇଥିଲେ। ଚେନ୍ ଖୋଲିବାକୁ ନନ୍ଦିନୀ ଯେତେ ଅନୁରୋଧ କରିଥିଲେ ବି ସେ ଖୋଲିନଥିଲେ। ଏହାପରେ ବ୍ଲେଡ୍ରେ ତାଙ୍କ ବେକ ଓ ହାତକୁ କାଟିଦେଇଥିଲେ । କେବଳ ସେତିକି ନୁହେଁ ନିଜ ସାଙ୍ଗରେ ଆଣିଥିବା ପେଟ୍ରୋଲ୍ ନନ୍ଦିନୀଙ୍କ ଉପରେ ଢ଼ାଳି ତାଙ୍କୁ ଜୀବନ୍ତ ଜାଳି ଦେଇଥିଲେ।
କିଛି ସମୟରେ ପରେ ନନ୍ଦୀନିଙ୍କୁ ଦେଖି ଲୋକ ପୁଲିସକୁ ଖବର ଦେଲେ। ମୃତ୍ୟୁ ପୂର୍ବରୁ ନନ୍ଦୀନି ପୁଲିସକୁ ଗୋଟାଏ ଫୋନ୍ ନମ୍ବର ଦେଲେ ଏବଂ ସେ ନମ୍ବର ଥିଲା ବେତ୍ତିମାରନ୍ଙ୍କର। ପୁଲିସ ସେ ନମ୍ବରକୁ ଫୋନ୍ କରିବାରୁ ବେତ୍ତିମାରନ୍ ଘଟଣାସ୍ଥଳକୁ ଆସି ନନ୍ଦୀନିର ସାଙ୍ଗ ବୋଲି ପରିଚୟ ଦେଲେ। ପୁଲିସ ଓ ସ୍ଥାନୀୟ ଲୋକଙ୍କ ସହିତ ମିଶି ନନ୍ଦୀନିର ଶବ ନେଇ କ୍ରୋମ୍ପେଟ୍ ଡାକ୍ତରଖାନାକୁ ବି ଗଲେ। ତା’ପରେ ବେତ୍ତିମାରନ୍ ଫେରାର୍ ହୋଇଗଲେ। ପ୍ରକୃତ କଥା ଜାଣିବା ପରେ ତଦନ୍ତକାରୀମାନେ ବେତ୍ତିମାରନ୍ଙ୍କୁ ଧରିଥିଲେ।
Powered by Froala Editor