ମହାପ୍ରଭୁଙ୍କ ଦର୍ଶନ ପାଇଁ ବ୍ୟାରିକେଡକୁ ଠେଲି ଧସେଇ ପଶିଲେ ଭକ୍ତ
ପୁରୀ : ବ୍ୟାରିକେଡ଼ ଠେଲି ଧସେଇ ପଶିଲେ ଭକ୍ତ। ଶ୍ରୀମନ୍ଦିର ସିଂହଦ୍ଵାର ସମ୍ମୁଖରେ ଦେଖିବାକୁ ମିଳିଛି ଏଭଳି ଅଭାବନୀୟ ଦୃଶ୍ୟ। ମହାପ୍ରଭୁଙ୍କ ଦର୍ଶନ ପାଇଁ ଶ୍ରୀମନ୍ଦିର ଦର୍ଶନରେ ଆସିଥିବା ଭକ୍ତମାନେ ସିଂହଦ୍ବାର ସମ୍ମୁଖରେ ଥିବା ବ୍ୟାରିକେଡକୁ ଠେଲି ଧସେଇ ପଶିଥିଲେ। ସେଠାରେ ଉପସ୍ଥିତ ଥିବା ପୋଲିସମାନେ ଅଟକାଇବା ପାଇଁ ଚେଷ୍ଟା କରିଥିଲେ ମଧ୍ୟ ସେଥିରେ ବିଫଳ ହୋଇଥିଲେ।
ସେହିପରି କେତେକ ଭକ୍ତ ଢ଼ିଲା ସୁରକ୍ଷା ବ୍ୟବସ୍ଥା ଯୋଗୁ ବ୍ୟାରିକେଡ ଉପରେ ବିପଦପୂର୍ଣ୍ଣ ଭାବେ ଚଢ଼ି ଶ୍ରୀମନ୍ଦିର ଭିତରକୁ ଯାଉଥିବାର ଦୃଶ୍ୟ ମଧ୍ୟ ଦେଖିବାକୁ ମିଳିଥିଲା। ଆଜି ଖ୍ରୀଷ୍ଟମାସ ସହ ନୂଆବର୍ଷ ପାଖେଇ ଆସୁଥିବାରୁ ଶ୍ରୀକ୍ଷେତ୍ରରେ ପ୍ରବଳ ଭକ୍ତଙ୍କ ସମାଗମ ହୋଇଛି। ମହାପ୍ରଭୁଙ୍କ ଦର୍ଶନ ପାଇଁ ଶ୍ରୀମନ୍ଦିର ଆସୁଥିବା ଭକ୍ତ ମାନେ ପ୍ରଶାସନର ଅବ୍ୟବସ୍ଥା ଯୋଗୁ ନାହିଁ ନଥିବା ଅସୁବିଧା ଭୋଗୁଛନ୍ତି। ସୁରକ୍ଷା ବ୍ୟବସ୍ଥାରେ ପୋଲିସ ସମ୍ପୂର୍ଣ୍ଣ ଫେଲ୍ ମାରିଥିବା ମଧ୍ୟ ସେବାୟତ ମାନେ ଅଭିଯୋଗ କରିଛନ୍ତି।
Powered by Froala Editor