ହିଜାବ ବ୍ୟାନକୁ ହଟାଇଲେ ସିଦ୍ଧରମୈୟା
ନୂଆଦିଲ୍ଲୀ: ହିଜାବ ବ୍ୟାନ୍ ନିର୍ଦ୍ଦେଶକୁ ହଟାଇଲେ କର୍ଣ୍ଣାଟକ ସରକାର । ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା ରାଜ୍ୟରେ ହିଜାବ ବ୍ୟାନକୁ ହଟାଇ ଦେଇଛନ୍ତି । ହିଜାବ ନିଷେଧାଦେଶ ଉପରେ କୌଣସି ବାଧ୍ୟ ବାଧକତା ନାହିଁ ବୋଲି କହିବା ସହ ମହିଳାଙ୍କ ଯାହା ଇଚ୍ଛା ତାହା ସେମାନେ ପିନ୍ଧନ୍ତୁ ବୋଲି କହିଛନ୍ତି କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ । ମହୀଶୂରରେ ଆୟୋଜିତ ଏକ କାର୍ୟ୍ୟକ୍ରମରେ ଯୋଗ ଦେବା ବେଳେ ଏଭଳି କହିଛନ୍ତି ମୁଖ୍ୟମନ୍ତ୍ରୀ ।
ଏଣିକି ହିଜାବ ଉପରେ ଆଉ ନିଷେଧାଦେଶ ନାହିଁ । ନିଜ ପସନ୍ଦର କପଡା ପିନ୍ଧିବା ସମସ୍ତଙ୍କର ନିଜସ୍ୱ ଅଧିକାର ବୋଲି କହିଛନ୍ତି ସିଦ୍ଧରମୈୟା । ୨୦୨୨ରେ ତକ୍ରାଳୀନ ବିଜେପି ସରକାର ଆଣିଥିବା ସ୍କୁଲ କଲେଜରେ ହିଜାବ ବ୍ୟାନ୍ ନିର୍ଦ୍ଦେଶକୁ ରାଜ୍ୟରୁ ହଟାଇ ସେ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ପ୍ରଧାନମନ୍ତ୍ରୀଙ୍କ ସବ୍ କା ସାଥ୍ ସବ୍ କା ବିକାଶ କଥା ମିଛ । ବିଜେପି କପଡା ଓ ପୋଷାକ ଏବଂ ଜାତି ଆଧାରରେ ଲୋକ ଓ ସମାଜକୁ ଭାଗ କରୁଛି ବୋଲି ସିଦ୍ଧରମେୟା କହିଛନ୍ତି ।
Powered by Froala Editor