ଆତଙ୍କବାଦୀ ଅନୁପ୍ରବେଶ ଉଦ୍ୟମ ପଣ୍ଡ
ନୂଆଦିଲ୍ଲୀ: ସୀମା ସେପାରିରୁ ଭାରତକୁ ଆସିବାକୁ ଉଦ୍ୟମ କରୁଥିବା ଆତଙ୍କବାଦୀଙ୍କୁ ମୁହଁତୋଡ ଜବାବ ଦେଇଛନ୍ତି ଭାରତୀୟ ଯବାନ । ଅଖନୁର ସେକ୍ଟରରେ ୪ ଜଣ ଆତଙ୍କବାଦୀ ଭାରତରେ ଅନୁପ୍ରବେଶ କରିବାକୁ ଉଦ୍ୟମ କରୁଥିଲେ । ଏହି ସମୟରେ ଭାରତୀୟ ଯବାନଙ୍କ ଗୁଳିରେ ଜଣେ ଆତଙ୍କବାଦୀର ମୃତ୍ୟୁ ହୋଇଥିଲା । ବାକି ୩ ଆତଙ୍କବାଦୀ ଆଗକୁ ନ ବଢି ନିଜ ସାଥୀ ଆତଙ୍କବାଦୀଙ୍କ ମୃତଦେହ ଧରି ପୁଣିଥରେ ପାକିସ୍ତାନକୁ ଫେରି ଯାଇଛନ୍ତି ।
ଭାରତୀୟ ସେନା ପକ୍ଷରୁ ଏକ ଟ୍ୱିଟ୍ କରି କୁହାଯାଇଛି ଯେ, ଖୋର, ଅଖନୁର ସେକ୍ଟରରେ ଆତଙ୍କବାଦୀ ଅନୁପ୍ରବେଶକୁ ପଣ୍ଡ କରାଯାଇଛି । ଗତକାଲି ବିଳମ୍ବିତ ରାତିରେ ଆତଙ୍କବାଦୀଙ୍କ ଗତିବିଧି ବାବଦରେ ଜାଣିବାକୁ ମିଳିଥିଲା । ଫଳରେ ଭାରତୀୟ ଯବାନ ମାନେ ଆଗୁଆ ସତର୍କ ହୋଇଯାଇଥିଲେ । ଆତଙ୍କବାଦୀ ମାନେ ଅନୁପ୍ରବେଶ କରିବା ମାତ୍ରେ ଆଖିବୁଜା ଗୁଳିଚାଳନା ହୋଇଥିଲା । ଫଳରେ ଘଟଣାସ୍ଥଳରେ ଜଣେ ଆତଙ୍କବାଦୀଙ୍କର ମୃତ୍ୟୁ ହୋଇଥିଲା । ଅନ୍ୟ ୩ ଆତଙ୍କବାଦୀ ମୃତ ସାଥୀଙ୍କ ମରଶରୀରକୁ ଧରି ଅନ୍ତର୍ଜାତୀୟ ସୀମାରେ ଯାଉଥିବାର ଦେଖିବାକୁ ମିଳିଥିଲା ।
Powered by Froala Editor