ଆଉ ୩ ଏମ୍ପି ନିଲମ୍ବିତ
ବିଦା ହେଲେ ଆଉ ୩ ବିରୋଧୀ ସାଂସଦ। ବାଚସ୍ପତି ଓମ୍ ବିଲା ଆଉ ୩ ବିରୋଧୀ ସାଂସଦଙ୍କୁ ଗୃହ କାର୍ଯ୍ୟରେ ବାଧା ସୃଷ୍ଟି କରିବା ଅଭିଯୋଗରେ ନିଲମ୍ବିତ କରିଛନ୍ତି। ଗୃହକୁ ଅବମାନନା କରିବାକୁ ନେଇ ଚଳିତ ଶୀତକାଳୀନ ଅଧିବେଶନରୁ କଂଗ୍ରେସ ଏମ୍ପି ନକୁଳନାଥ, ଡି.କେ ସୁରେଶ ଏବଂ ଦୀପକ ବୈଜ୍ଙ୍କୁ ନିଲମ୍ବିତ କରିଛନ୍ତି। ଏହା ସହିତ ନିଲମ୍ବିତ ଏମ୍ପିଙ୍କ ସଂଖ୍ୟା ୧୪୭କୁ ବୃଦ୍ଧି ପାଇଛି ।
ଏହାପୂର୍ବରୁ ଦୁଇ ଜଣ ସାଂସଦଙ୍କୁ ନିଲମ୍ବିତ କରାଯାଇଥିଲା। ଗୃହରେ ବିଶୃଙ୍ଖଳା ସୃଷ୍ଟି କରିବା ଓ ପ୍ଲାକାର୍ଡ ଧରି ଗୃହର ମଧ୍ୟଭାଗକୁ ପଶି ଆସିବା ଅଭିଯୋଗରେ କେରଳ କଂଗ୍ରେସ ସାଂସଦ ଥମସ ଚାଝିକାଦନ ଓ ସିପିଏମ୍ ସାଂସଦ ଏଏମ୍ ଆରିଫଙ୍କୁ ନିଲମ୍ବିତ କରାଯାଇଥିଲା।
ଏମ୍ପିଙ୍କ ନିଲମ୍ବନ ପ୍ରକ୍ରିୟା ଡିସେମ୍ବର ୧୪ରେ ଆରମ୍ଭ ହୋଇଥିଲା, ଯେତେବେଳେ ବିରୋଧୀ ଏମ୍ପିମାନେ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କ ସଂସଦର ସୁରକ୍ଷା ଉଲ୍ଲଂଘନ ସମ୍ପର୍କରେ ବିବୃତ୍ତି ଦାବି କରିଥିଲେ।
Powered by Froala Editor