ଚିରାଗ ଓ ସାତ୍ୱିକଙ୍କୁ ଖେଳରତ୍ନ, ଶାମି ପାଇବେ ଅର୍ଜୁନ ପୁରସ୍କାର

ମେଜର ଧ୍ୟାନଚାନ୍ଦ ଖେଳରତ୍ନ ପୁରସ୍କାର ସହ ଅନ୍ୟ ଜାତୀୟ କ୍ରୀଡ଼ା ପୁରସ୍କାର ଘୋଷଣା ହୋଇଛି । ବ୍ୟାଡମିଣ୍ଟନ ଖେଳାଳି ଚିରାଗ ଚନ୍ଦ୍ରଶେଖର ସେଟ୍ଟୀଲ ଏବଂ ରାଙ୍କିରେଡ୍ଡୀ ସାତ୍ବିକ ସାଇରାଜ ମେଜର ଧ୍ୟାନଚାନ୍ଦ ଖେଳରତ୍ନ ପୁରସ୍କାର ପାଇବେ ।
ଆସନ୍ତା ଜାନୁଆରୀ ୯ ତାରିଖରେ ଏହି ପୁରସ୍କାର ପ୍ରଦାନ କରାଯିବ । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏହି ପୁରସ୍କାର ପ୍ରଦାନ କରିବେ । ସେହିପରି ୨୬ ଜଣ କ୍ରୀଡାବିତ ପାଇବେ ଅର୍ଜୁନ ପୁରସ୍କାର। କ୍ରିକେଟର ମହମ୍ମଦ ସାମି ଅର୍ଜୁନ ପୁରସ୍କାର ପାଇବା ତାଲିକାରେ ଅଛନ୍ତି ।
କେନ୍ଦ୍ର ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରଣାଳୟ ପକ୍ଷରୁ ଏ ଘୋଷଣା କରାଯାଇଛି। ମନ୍ତ୍ରଣାଳୟ ୨୦୨୩ ଜାତୀୟ ପୁରସ୍କାର କେଉଁମାନେ ପାଇବେ ତା’ର ତାଲିକା ସାର୍ବଜନୀନ କରିଛି। ଅନ୍ୟପଟେ ୫ଜଣ କୋଚଙ୍କୁ ଦ୍ରୋଣାଚାର୍ଯ୍ୟ ପୁରସ୍କାର ମିଳିବ । ଜୀବନବ୍ୟାପୀ ସାଧନା ପାଇଁ ୩କୋଚଙ୍କୁ ଧ୍ୟାନଚାନ୍ଦ ପୁରସ୍କାର ମଧ୍ୟ ଦିଆଯିବ।
Powered by Froala Editor