ଆଇଏଏନଏସର ସର୍ବାଧିକ ଶେୟାର କିଣିଲା ଆଦାନୀ ଗ୍ରୁପ୍
ଦାନୀ ମିଡିଆ ନେଟଓ୍ଵାର୍କ ଲିମିଟେଡ୍ (ଏଏମଏନଏଲ୍) ନ୍ୟୁଜ୍ ଏଜେନ୍ସି ଆଇଏଏନ୍ଏସ୍ ଇଣ୍ଡିଆ ପ୍ରାଇଭେଟ୍ ଲିମିଟେଡର ସର୍ବାଧିକ ଅଂଶଧନ ଅଧିଗ୍ରହଣ କରିଛି। ଶନିବାର ଆଇଏଏନଏସର ୫୦.୫୦ ପ୍ରତିଶତ ଶେୟାର ଅଧିଗ୍ରହଣ କରିଛି। ଶୁକ୍ରବାର ବସିଥିବା ଆଇଏଏନଏସ ବୋର୍ଡ ବୈଠକରେ ଏହି ନିଷ୍ପତ୍ତିକୁ ଅନୁମୋଦନ ମିଳିଥିଲା।
ସୂଚନା ଅନୁସାରେ ମାତ୍ର ୫.୧୦ ଲକ୍ଷ ଟଙ୍କାରେ କମ୍ପାନି ଏହି ଡିଲ୍ କରିଛି । ଏହି ଅଧିଗ୍ରହଣ ପରେ କମ୍ପାନୀ ଏବେ ଆଦାନୀ ମିଡ଼ିଆ ଗ୍ରୁପ ଏଏମଏନଏଲର ସହଯୋଗୀ ସଂସ୍ଥା ହୋଇଛି। ଚୁକ୍ତି ଅନୁଯାୟୀ ଡିସେମ୍ବର ୧୫ରେ ଆଦାନୀକୁ ଆଇଏଏନଏସର ଅଂଶଧନ ହସ୍ତାନ୍ତର ସଂପୂର୍ଣ୍ଣ ହୋଇଛି।
ଏହାଫଳରେ ଏଏମଏନଏଲ୍ ବା ଆଦାନୀ ଗ୍ରୁପ ଏବେ ଆଇଏଏନଏସକୁ ନିୟନ୍ତ୍ରଣ କରିବ ଅର୍ଥାତ ଏଣିକି ଆଇଏଏନଏସ ଆଦାନୀ ଗ୍ରୁପର ଏକ ସବସିଡାରୀ ବା ଶାଖା କମ୍ପାନି ଭାବେ ପରିଗଣିତ ହେବ । ଏହି ଅଧିଗ୍ରହଣ ପରେ ଏଣିକି ଆଇଏଏନଏସ ବୋର୍ଡରେ ନିର୍ଦ୍ଦେଶକ ନିଯୁକ୍ତ କରିବାର ଅଧିକାର ଏଏମଏନଏଲ୍ ପାଖରେ ରହିବ । ଏହା ସହିତ ଆଇଏଏନଏସର ପରିଚାଳନା ଦାୟିତ୍ବ ଏଏମଏନଏଲ୍ର ନିୟନ୍ତ୍ରଣରେ ରହିବ ।
Powered by Froala Editor