ଲୋକସଭା ଓ ରାଜ୍ୟସଭା ଅପରାହ୍ନ ୨ଟା ପର୍ୟ୍ୟନ୍ତ ମୁଲତବି
ନୂଆଦିଲ୍ଲୀ: ଗତକାଲି ସଂସଦ ର ସୁରକ୍ଷା ବ୍ୟବସ୍ଥାରେ ଦେଖାଦେଇଥିବା ସାଂଘାତିକ ତ୍ରୁଟିକୁ ନେଇ ତେଜିଛି ରାଜନୀତି। ଏହା ପ୍ରତିବାଦରେ ଉଭୟ ଲୋକସଭା ଓ ରାଜ୍ୟସଭାରେ ବିରୋଧୀମାନେ ପ୍ରବଳ ହୋହାଲ୍ଲା ଓ ହଟ୍ଟଗୋଳ କରିଛନ୍ତି । ଫଳରେ ଉଭୟ ଲୋକସଭା ଓ ରାଜ୍ୟସଭାକୁ ଅପରାହ୍ନ ୨ଟା ପର୍ୟ୍ୟନ୍ତ ମୁଲତବି ରଖାଯାଇଛି।
ଗତକାଲି ସଂସଦ ପରିସରରେ ସାଗର ଓ ମନୋରଞ୍ଜନ ନାମକ ଦୁଇ ଯୁବକ ପଶି ଘଟାଇଥିବା ହଙ୍ଗାମାକୁ ନେଇ ଆଜି ଗୃହ ମଧ୍ୟରେ ନାରାବାଜି ଦେଇଥିଲେ ବିରୋଧୀ । ଗୃହମନ୍ତ୍ରୀ ଅମିତ ଶାହାଙ୍କ ବିବୃତ୍ତି ଦାବି କରିବା ସହ ତାଙ୍କ ଇସ୍ତଫା ଦାବିରେ ହଟ୍ଟଗୋଳ ଓ ହୋହାଲ୍ଲା କରିଥିଲେ ବିରୋଧୀ ।
ସଂସଦ ରେ ସୁରକ୍ଷା ଭଙ୍ଗ ଘଟଣାକୁ ଲୋକସଭାରେ କଡା ନିନ୍ଦା କରିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ । ଲୋକସଭା ବାଚସ୍ପତି ଘଟଣାର ଯାଞ୍ଚ ନିର୍ଦ୍ଦେଶ ଦେଇଛନ୍ତି । ତେଣୁ ବିରୋଧ ପ୍ରଦର୍ଶନର ଯଥାର୍ଥତା ନାହିଁ ବୋଲି କହିଛନ୍ତି ରାଜନାଥ । ଏଥିସହ ପାସ୍ ଦେବା ବେଳେ ସାଂସଦ ମାନେ ସତର୍କତା ଅବଲମ୍ବନ କରନ୍ତୁ ବୋଲି କହିଛନ୍ତି ରାଜନାଥ ।
Powered by Froala Editor