ପ୍ରବଳ ଶୀତ, ଥଣ୍ଡାରେ ଥରୁଛନ୍ତି ରାଜ୍ୟବାସୀ
ଭୁବନେଶ୍ୱର: ରାଜ୍ୟରେ ପାରଦ ତଳମୁହାଁ ହୋଇଛି । ବିଳମ୍ବରେ ହେଉ ପଛେ ଶୀତର ପ୍ରକୋପ ଦେଖିବାକୁ ମିଳିଛି। ଦାରିଙ୍ଗିବାଡ଼ି ଓ କେନ୍ଦୁଝର ସବୁଠୁ ଥଣ୍ଡା ସ୍ଥାନ । ଏହି ଦୁଇ ସ୍ଥାନରେ ୧୦ ଡିଗ୍ରୀ ତଳେ ରହିଥଛି ତାପମାତ୍ରା । କେନ୍ଦୁଝରରେ ରାତି ତାପମାତ୍ରା ୯.୪ଡିଗ୍ରୀ ଓ ଦାରିଙ୍ଗିବାଡ଼ିରେ ୯.୫ ଡିଗ୍ରୀ ରେକର୍ଡ ହୋଇଛି ।
ହାଲୁକା ପବନ ସାଙ୍ଗକୁ ପାରଦ ଖସିବା ଦ୍ବାରା ଦେହ ହାତ କାଲୁଆ ହୋଇଯାଉଛି। ପିଲାଙ୍କଠାରୁ ଆରମ୍ଭ କରି ବୟସ୍କଙ୍କ ପର୍ୟ୍ୟନ୍ତ ସମସ୍ତେ ଥଣ୍ଡାରେ ଥରୁଛନ୍ତି। କିଏ ନିଆଁ ପାଖରେ ବସୁଛନ୍ତି ତ ଆଉ କିଏ ରାତି ୮ଟା ପୂର୍ବରୁ ଘରେ ରହିବାକୁ ଧାଉଁଛନ୍ତି। ଦୁଇ ଦିନ ହେଲା ଭୁବନେଶ୍ବରର ସର୍ବନିମ୍ନ ତାପମାତ୍ରା ହ୍ରାସ ପାଇବା ଦ୍ବାରା ଏଭଳି ଚିତ୍ର ସାମ୍ନାକୁ ଆସୁଛି।
ସେହିଭଳି ୨୨ ସହରର ତାପମାତ୍ରା ୧୫ ଡିଗ୍ରୀ ତଳେ ରହିଛି । ଫୁଲବାଣୀରେ ୧୦ ଡିଗ୍ରୀ, ଅନୁଗୁଳରେ ୧୦.୬, ସୁନ୍ଦରଗଡ଼ରେ ୧୧, ବାରିପଦାରେ ୧୨, ଝାରସୁଗୁଡ଼ାରେ ୧୨.୪, ଭବାନୀପାଟଣାରେ ୧୩, ସୋନପୁରରେ ୧୩.୩, ନବରଙ୍ଗପୁରରେ ୧୩.୫, ଢେଙ୍କାନାଳରେ ୧୩.୭ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି । ବାଲେଶ୍ୱରରେ ସ୍ୱାଭାବିକଠାରୁ ୩.୪ ଡିଗ୍ରୀ ଓ କେନ୍ଦୁଝରରେ ସ୍ୱାଭାବିକଠାରୁ ୨.୪ ଡିଗ୍ରୀ କମ୍ ତାପମାତ୍ରା ରେକର୍ଡ ହୋଇଛି । କୋରାପୁଟରେ ସ୍ୱାଭାବିକଠାରୁ ୧.୯ ଡିଗ୍ରୀ, ଭୁବନେଶ୍ୱର ଓ ଚାନ୍ଦବାଲିରେ ୧.୪ ଡିଗ୍ରୀ ଡିଗ୍ରୀ କମ୍ ତାପମାତ୍ରା ରେକର୍ଡ ହୋଇଛି ।
Powered by Froala Editor