ଚାଷଜମିରୁ ଉଦ୍ଧାର ହେଲା ଯୁବକଙ୍କ ମୃତଦେହ
କଟକ: ଆଠଗଡ ସହରର ଅଶୋକନଗର ଓ ମୈତ୍ରୀ ବିହାରର ମଧ୍ଯବର୍ତ୍ତୀ ଏକ ଚାଷଜମିରୁ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଛି । ସ୍ଥାନୀୟ ଲୋକଙ୍କଠାରୁ ଖବର ପାଇଁ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଘଟଣାସ୍ଥଳରେ ପ୍ରାଥମିକ ତଦନ୍ତ କରିବା ସହ ମୃତଦେହକୁ ଆଠଗଡ ଉପଖଣ୍ଡ ଚିକିତ୍ସାଳୟକୁ ପଠାଇଥିଲେ। ଏ ସମ୍ପର୍କରେ ଆଠଗଡ ଥାନାରେ ଏକ ଅପମୃତ୍ୟୁ (୫୩/୨୩) ମାମଲା ରୁଜୁ କରି ପୁଲିସ ତଦନ୍ତ ଜାରି ରଖିଛି ।
ପୁଲିସ ପ୍ରାଥମିକ ତଦନ୍ତରୁ ମୃତ ବ୍ୟକ୍ତିଙ୍କ ଘର ନରସିଂହପୁର ବନ୍ଧହୁଡା ଏବଂ ତାର ନାଁ ମଙ୍ଗୁଳି ନାଏକ(୨୯) ବୋଲି ପୁଲିସ ଉପନିରୀକ୍ଷକ ଜନ୍ମିତା ସାମଲଙ୍କ ସୂତ୍ରରୁ ପ୍ରକାଶ। ଯୁବକ ଜଣଙ୍କ ଏଠାକୁ କିପରି ଆସିଲେ ,କିପରି ତାଙ୍କର ମୃତ୍ୟୁ ଘଟିଲା ତଦନ୍ତ ପରେ ପ୍ରକୃତ ରହସ୍ୟ ଜଣାପଡିବ ବୋଲି ପୁଲିସ ଅଧିକାରୀ କହିଛନ୍ତି।
Powered by Froala Editor