୨୫ ଲକ୍ଷରେ ବିକ୍ରି ହେଲା ୧୭ଟି ତେଲିଆ ମାଛ
ତେଲିଆ ବା ତେଲିଆ ବୋରେଇ ମାଛର 'ପୁଟି' ମଦ କମ୍ପାନୀ ଓ ଔଷଧୀୟ କମ୍ପାନୀଙ୍କ ପାଇଁ ଆବଶ୍ୟକ । ତେଣୁ ଦେଶବିଦେଶରେ ଏହାର ବହୁତ ଚାହିଦା ରହିଛି । ତେବେ ପାରାଦୀପରୁ ୧୭ଟି ତେଲିଆ ମାଛ ମିଳିଛି । ଯାହାକୁ ଦେଖି ମତ୍ସ୍ୟଜୀବୀ ଖୁସିହୋଇଯାଇଛନ୍ତି ।
୧୭ଟି ତେଲିଆ ବୋରେଇ ମାଛର ଓଜନ ୩ କ୍ବିଣ୍ଟାଲରୁ ଅଧିକ । ୧୭ଟି ମାଛ ୨୫ ଲକ୍ଷ ଟଙ୍କାରେ ନିଲାମ ହୋଇଥିବା ସୂଚନା ମିଳିଛି । ପାରାଦୀପର ଜଣେ ବ୍ୟବସାୟୀ ଏହି ମାଛକୁ କିଣିଛନ୍ତି ।
ଏହି ମାଛମାନେ ଗଭୀର ସମୁଦ୍ରରୁ ମିଳିଥାଆନ୍ତି । ତେବେ ଏହି ସାମୁଦ୍ରିକ ମାଛ ପଡ଼ିଲେ ମତ୍ସ୍ୟଜୀବୀମାନେ ଖୁବ ଖୁସି ହୋଇଯାଆନ୍ତି । ଖୁବ୍ କମ୍ ସଂଖ୍ୟାରେ ଏହି ମାଛ ଜାଲରେ ପଡେ ।
Powered by Froala Editor