କ୍ୱାର୍ଟର ଭିତରୁ ଏସଡିଓଙ୍କ ମୃତଦେହ ଉଦ୍ଧାର
ଧର୍ମଗଡ: ସନ୍ଦେହଜନକ ଭାବେ ସରକାରୀ କ୍ୱାର୍ଟର ଭିତରୁ ମିଳିଲା ଜଳସମ୍ପଦ ବିଭାଗର ଏସଡିଓଙ୍କ ମୃତଦେହ । କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଲକ ମୁଖିଗୁଡ଼ା କ୍ଵାର୍ଟର ଭିତରୁ ମିଳିଲା ମୃତଦେହ ।
ମୃତ ଏସଡିଓ ରାୟଗଡ଼ା ଜିଲ୍ଲା ପାରଳାଖେମୁଣ୍ଡିର ରଞ୍ଜିତ କୁମାର କର୍ଜି ବୋଲି ଜଣାପଡ଼ିଛି ।
ଘଟଣାସ୍ଥଳରେ ଜୟପାଟଣା ପୋଲିସ ପହଞ୍ଚି ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ଜୟପାଟଣା ଡାକ୍ତରଖାନାକୁ ପଠାଇଛି ।
Powered by Froala Editor