ଛୁଟିରେ ଆସିଥିଲେ ଯବାନ, ସଂଘବଦ୍ଧ ଆକ୍ରମଣ କରି ମାରିଦେଲେ
ଖେଳ ଦେଖି ଘରକୁ ଫେରୁଥିବା ବେଳେ ଯବାନଙ୍କୁ ପିଟିପିଟି ମାରିଦେଲେ । କାଳିପଲ୍ଲୀ ଗ୍ରାମର ଜେ.ଡିଲେଶ୍ୱର ପାତ୍ର ଡିସେମ୍ବର ୩ ରବିବାର ଗୋପାଳପୁରରୁ ଖେଳ ଦେଖି ଫେରୁଥିବା ବେଳେ ଚମାଖଣ୍ଡି ଥାନା ଅନ୍ତର୍ଗତ ହରିପୁର ଛକଠାରେ ତାଙ୍କୁ କିଛି ଦୁର୍ବୃତ୍ତ ସଂଘବଦ୍ଧ ଭାବେ ଆକ୍ରମଣ କରିଥିଲେ। ଯାହାଫଳରେ ସେ ରକ୍ତାକ୍ତ ଅବସ୍ଥାରେ ଘଟଣାସ୍ଥଳରେ ଅଚେତ ହୋଇ ପଡ଼ିଯାଇଥିଲେ। ପରିବାର ଲୋକ ତାଙ୍କୁ ପ୍ରଥମେ ବ୍ରହ୍ମପୁର ପରେ ଗୁରୁତର ଅବସ୍ଥାରେ ଭୁବନେଶ୍ୱରର ଏକ ଘରୋଇ ମେଡିକାଲରେ ଚିକିତ୍ସା ନିମନ୍ତେ ଭର୍ତ୍ତି କରିଥିଲେ। ଏବେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିବା ସୂଚନା ମିଳିଛି।
କାଳିପଲ୍ଲୀ ଗାଁର ଜେ.ଡିଲେଶ୍ୱର ପାତ୍ର ଭାରତୀୟ ସେନାରେ ଚାକିରି କରିଥିଲେ। ଦୁର୍ଗାପୁରରେ ନିଯୁକ୍ତି ପାଇଥିଲେ। ସପ୍ତାହେ ତଳେ ସେ ଛୁଟିରେ ଘରକୁ ଆସିଥିଲେ। ଗତ ରବିବାର ସେ ଗୋପଳପୁରକୁ କ୍ରିକେଟ୍ ମ୍ୟାଚ୍ ଦେଖିବା ପାଇଁ ଯାଇଥିଲେ। ଖେଳ ସରିବା ପରେ ସେ ବାଇକ୍ରେ ଘରକୁ ଫେରୁଥିଲେ। ହେଲେ କିଛି ଦୁର୍ବୃତ୍ତ ସଂଘବଦ୍ଧ ଭାବେ ଆକ୍ରମଣ କରିଥିଲେ। ଯାହାଫଳରେ ସେ ରକ୍ତାକ୍ତ ଆହତ ହୋଇ ରାସ୍ତାରେ ପଡ଼ିଥିଲେ। ତାଙ୍କର ମୁଣ୍ଡ ଓ କାନକୁ ଗଭୀର ଆଘାତ ଲାଗିଥିବାରୁ ଗୁରୁତର ଅବସ୍ଥାରେ ଭୁବନେଶ୍ୱର ଏକ ଘରୋଇ ମେଡିକାଲରେ ଚିକିତ୍ସା ହେଉଥିଲେ। ଏନେଇ ଡିଲେଶ୍ୱରଙ୍କ ମା’ ଗତ ୫ ତାରିଖ ଚମାଖଣ୍ଡି ଥାନାରେ ଏତଲା ଦେଇଥିଲେ। ବୁଧବାର ତାଙ୍କର ମୃତ୍ୟୁ ଘଟିଥିଲା।
Powered by Froala Editor