ବିବାହ ଋତୁରେ ସୁନା ୬୪ ପାର୍
ବାହାଘର ସିଜିନରେ ହୁ ହୁ ବଢୁଛି ସୁନା ଦର । ଘରୋଇ ବଜାରରେ ସୁନା ଦର ୧୦ ଗ୍ରାମ ପ୍ରତି ୬୪ ହଜାର ପାର୍ କରିଛି । ଯାହା ୬ ମାସର ସର୍ବୋଚ୍ଚ ।
ବିବାହ ଋତୁ ଆରମ୍ଭରୁ ବଢିଛି ସୁନା ଦର । ୨୪ କ୍ୟାରେଟର ୧୦ ଗ୍ରାମ ସୁନା ୬୪ ହଜାର ୨ଶହ ଟଙ୍କା ହୋଇଛି । ସେହିପରି୨୨ କ୍ୟାରେଟ୍ ୧୦ ଗ୍ରାମ ସୁନାର ଦାମ୍ ୫୮ ହଜାର ୮୫୦ ଟଙ୍କା ହୋଇଛି । ଭୁବନେଶ୍ବରରେ ଏବଂ ମୁମ୍ବାଇରେ ୨୪ କ୍ୟାରେଟ୍ ସୁନା ଦର ୬୪ ହଜାର ୨୦୦ ଟଙ୍କା ରହିଥିବା ବେଳେ କୋଲକାତାରେ ୬୫ ହଜାର ୨୯୦ ଟଙ୍କା , ଚେନ୍ନାଇରେ ୬୫ ହଜାର ୧୮୦, ଦିଲ୍ଲୀରେ ୬୪ ହଜାର ୨୦୦ ଟଙ୍କା ରହିଛି ।
ସାଧାରଣତଃ ଭାରତୀୟ ବଜାରରେ ସୁନାର ଦର ଅନ୍ତର୍ଜାତୀୟ ବଜାରରେ ଧାର୍ଯ୍ୟ ହୋଇଥିବା ବଜାର ଦର ଦ୍ୱାରା ପ୍ରଭାବିତ ହୋଇଥାଏ । କାରଣ ଭାରତ ଏକ ସୁନା ଆମଦାନୀକାରୀ ରାଷ୍ଟ୍ର । ଆବଶ୍ୟକୀୟ ସୁନା ପାଇଁ ଆମେ ବିଦେଶ ବଜାରରେ ଉପରେ ନିର୍ଭର କରିଥାଉ । ସେହି କାରଣରୁ ଆଗକୁ ବଢିପାରେ ସୁନାର ଦର । ଅନ୍ୟ ପଟେ ହମାସ ଏବଂ ଇସ୍ରାଏଲ ଯୁଦ୍ଧ ଅନ୍ତର୍ଜାତୀୟ ସ୍ତରରେ ସୁନା ଦର ବୃଦ୍ଧିର ଅନ୍ୟ ଏକ କାରଣ ପାଲିଟିଛି ।
Powered by Froala Editor