ପୌରାଞ୍ଚଳ ଉପ-ନିର୍ବାଚନ ଫଳ, ସବୁଠି ବିଜେଡିର ବିପୁଳ ବିଜୟ

ଗଞ୍ଜାମ: ବାହାରିଲା ୪ଟି ପୌରାଞ୍ଚଳ ଉପ-ନିର୍ବାଚନର ଫଳ । ସବୁଠି ବିଜେଡିର ବିପୁଳ ବିଜୟ ହୋଇଛି । ଚିକିଟି ଏନଏସି ଓ୍ୱାର୍ଡ ଉପନିର୍ବାଚନରେ ବିଜେଡି ବାଜିମାତ୍ କରିଛି । ୩ନମ୍ବର ଓ୍ୱାର୍ଡରେ ବିଜେଡି ପ୍ରାର୍ଥୀ ହରପ୍ରସାଦ ଚୌଧୁରୀ ବିଜୟୀ ହୋଇଛନ୍ତି । ମୋଟ୍ ୫୦୧ ଭୋଟ୍ ମଧ୍ୟରୁ ହରପ୍ରସାଦଙ୍କୁ ୪୮୪ଭୋଟ୍ ମିଳିଛି । ବିଜେପି ପ୍ରାର୍ଥୀଙ୍କୁ ମାତ୍ର ୧୫ଖଣ୍ଡ ଭୋଟ୍ ମିଳିଛି ।
ସେହିପରି ଜଗତସିଂହପୁର ପୌର ପରିଷଦ ୬ନମ୍ବର ଓ୍ୱାର୍ଡରେ ବିଜେଡି ବିଜୟୀ ହୋଇଛି । ବିଜେଡି ପ୍ରାର୍ଥୀ ରୋଜାଲିନ ଦାଶ ବିଜୟୀ ଘୋଷିତ ହୋଇଛନ୍ତି । ଜି. ଉଦୟଗିରି ଏନଏସିରେ ମଧ୍ୟ ବିଜେଡିର ବାଜିମାତ୍ । ବିଜେଡି ପ୍ରାର୍ଥୀ ଦେବସ୍ମିତା ଶତପଥୀ ବିପୁଳ ଭୋଟରେ ବିଜୟୀ ହୋଇଛନ୍ତି । ଦେବସ୍ମିତାଙ୍କୁ ୩୧୧୧ ଖଣ୍ଡ ଭୋଟ ବିଜେପିର ରଂଜିତା ନାୟକଙ୍କୁ ୭୫୬ ଖଣ୍ଡ ଭୋଟ ଓ କଂଗ୍ରେସର ମଧୁଲିନା ଦିଗଲଙ୍କୁ ୬୧୪ଭୋଟ୍ ମିଳିଛି । ସେହିପରି ଯୋଡ଼ା ପୌରପରିଷଦ ୮ ନମ୍ବର ୱାର୍ଡ ଉପନିର୍ବାଚନରେ ୫୭୭ ଖଣ୍ଡ ଭୋଟ୍ ବ୍ୟବଧାନରେ ଜିତିଛନ୍ତି ବିଜେଡିର ଶୁଭମ୍ ନାଏକ ।
Powered by Froala Editor