ଟ୍ରେନ ଟଏଲେଟରେ ଯୁବକଙ୍କ ମୃତଦେହ ଉଦ୍ଧାର

ଭୁବନେଶ୍ୱର: ଟ୍ରେନ ଟଏଲେଟରେ ଯୁବକଙ୍କ ମୃତଦେହ ଉଦ୍ଧାର । ଭୁବନେଶ୍ୱର ଷ୍ଟେସନ ନିକଟରୁ ମିଳିଲା ମୃତଦେହ ଉଦ୍ଧାର ହୋଇଛି । ରାଜାରାଣୀ ଏକ୍ସପ୍ରେସ ଟଏଲେଟରେ ଝୁଲନ୍ତା ଅବସ୍ଥାରେ ମିଳିଛି ମୃତଦେହ । ରାତି ପ୍ରାୟ ୧୨ଟା ବେଳେ ଘଟିଛି ଅଭାବନୀୟ ଘଟଣା ।
ମୃତକଙ୍କ ପରିଚୟ ଏଯାଏଁ ମିଳିପାରିନାହିଁ । ବେକରେ ଗାମୁଛା ଲଗାଇ ଆତ୍ମହତ୍ୟା କରିଥିବା ସନ୍ଦେହ । ମୃତଦେହ ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଅପମୃତ୍ୟୁ ମାମଲା ରୁଜୁ କଲା ଏଜଚ । ମୃତକଙ୍କ ବୟସ ପାଖାପାଖି ୪୦ ବର୍ଷ ହେବ ।
ସୂଚନା ଥାଉକି, ରାଜାରାଣୀ ଏକ୍ସପ୍ରେସରେ ଟଏଲେଟ୍ରୁ ମିଳିଛି ଝୁଲନ୍ତା ମୃତଦେହ । ଭୁବନେଶ୍ୱର ଷ୍ଟେସନ ନିକଟରେ ମୃତଦେହ ଉଦ୍ଧାର କରିଛି ଏଜଚ ପୋଲିସ । ତେବେ ଯାହା ଜଣାପଡୁଛି ଆତ୍ମହତ୍ୟା କରିଥିବା ସନ୍ଦେହ କରିଛି ପୋଲିସ । ଏବେ ତଦନ୍ତ ପରେ ସବୁକିଛି ସ୍ପଷ୍ଟ ହେବ ।
Powered by Froala Editor