ଆଲୋଚନା ସଫଳ, ବସ୍ ଧର୍ମଘଟ ପ୍ରତ୍ୟାହାର
ପରିବହନ ମନ୍ତ୍ରୀଙ୍କ ସହ ଆଲୋଚନା ପରେ ଧର୍ମଘଟ ପ୍ରତ୍ୟାହାର କରିଛି ରାଜ୍ୟ ଘରୋଇ ବସ୍ ମାଲିକ ସଂଘ। ବୁଧବାର ସନ୍ଧ୍ୟାରେ ବସ ମାଲିକ ସଂଘ ଓ ରାଜ୍ୟ ସରକାରଙ୍କ ମଧ୍ୟରେ ଆଲୋଚନା ହୋଇଥିଲା। ଏହି ସମୟରେ ମୋ ବସ୍ ସଂପର୍କରେ ନିଷ୍ପତ୍ତି ପାଇଁ ଏକ କମିଟି ଗଠନ କରାଯିବ ବୋଲି ସରକାର କହିଛନ୍ତି। ପରେ ଆଗାମୀ ବୈଠକ ୭ ଦିନ ମଧ୍ୟରେ ବସିବା ନେଇ ସଂଘ ପକ୍ଷରୁ ସୂଚନା ମିଳିଛି।
ଏଥିରେ ଲକ୍ଷ୍ମୀ ବସ୍ ଗୁଡ଼ିକ ବ୍ଲକରୁ ଜିଲ୍ଲାକୁ ଚଲାନଯିବା ଦାବିକୁ ସରକାର ମାନି ନେଇଥିଲେ। ପ୍ରାଥମିକ ଭାବରେ ଗଜପତି, ଭବାନୀପାଟଣା, ରାୟଗଡାରେ ଚାଲୁଥିବା ଲକ୍ଷ୍ମୀ ବସ୍ ଗୁଡ଼ିକ ପଞ୍ଚାୟତରୁ ବ୍ଲକକୁ ଚାଲୁଛି। ଆଗକୁ ନବରଙ୍ଗପୁର ଏବଂ କୋରାପୁଟରେ ମଧ୍ୟ ଲକ୍ଷ୍ମୀ ବସ୍ ପଞ୍ଚାୟତରୁ ବ୍ଲକକୁ ଚାଲିବା ନେଇ ନିଷ୍ପତ୍ତି ହୋଇଛି।
ସୂଚନାଯୋଗ୍ୟ, ରାଜ୍ୟସରକାରଙ୍କ ଲକ୍ଷ୍ମୀ ବସ୍ ଯୋଜନା କୁ ବିରୋଧ କରି ଏହା ପୂର୍ବରୁ ମଧ୍ୟ ବସ୍ ଧର୍ମଘଟ ନେଇ ଡାକରା ଦେଇଥିଲା ଘରୋଇ ବସ୍ ମାଲିକ ସଂଘ। ଶୀତକାଳୀନ ଅଧିବେଶନ ସମୟରେ ନଭେମ୍ବର ୨୨ ରୁ ବିଧାନସଭା ସମ୍ମୁଖରେ ମାଲିକମାନେ ଧାରଣାରେ ବସିଥିଲେ। ପରେ ଡିସେମ୍ବର ୧ ରୁ ସାରା ରାଜ୍ୟରେ ହେବ ବସ୍ ଧର୍ମଘଟ ହେବା ନେଇ ନିଷ୍ପତ୍ତି ନେଇଥିଲେ।
Powered by Froala Editor