Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Thursday, September 03, 2026, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • ନାବାଳିକା ଛାତ୍ରୀଙ୍କୁ ଅପହରଣ କରି କାର୍ ...

  • ନେପାଳ ଭୟଙ୍କରୀ ବନ୍ୟା: ମୃତ୍ୟୁ ସଂଖ୍ୟା 12 ...

  • କମିଲା ସୁନା ଦର, କେତେ ଜାଣନ୍ତୁ ?

  • ଓଡ଼ିଶା କ୍ରାଫ୍ଟ ଓଡ଼ିସି ଉନ୍ମୋଚନ କରିବ ...

  • ଆମୱେ ଆୟୁର୍ବେଦ କ୍ଷେତ୍ରରେ ସମ୍ପ୍ରସାରଣ ...

  • ପ୍ୟାସେଞ୍ଜର ବିମାନ ଉଡ଼ାଇବେ କ୍ୟାପ୍ଟେନ୍ ...

  • ସୋସିଆଲ ମିଡିଆରେ ଛାଡପତ୍ର ଘୋଷଣା କଲେ ...

  • ସୁନା ଦରରେ ବଡ଼ ଧରଣର ହ୍ରାସ

  • ଆପଲ୍‌ର ନୂଆ CEO ଜନ୍ ଟର୍ନସ୍

  • କରେନ୍ସି ଚେଷ୍ଟରେ ୧୭ କୋଟିର ନକଲି ନୋଟ, ୪ ...

ରାଜ୍ୟ
Home ›› ରାଜ୍ୟ ››ସ୍ବାସ୍ଥ୍ୟ ସେବାରେ ଯୋଗ ଦେଲେ ୩୭୩୨ ନର୍ସିଂ ଅଫିସର

ସ୍ବାସ୍ଥ୍ୟ ସେବାରେ ଯୋଗ ଦେଲେ ୩୭୩୨ ନର୍ସିଂ ଅଫିସର

2023-11-29 17:03:05
15444
Share:
Facebook
Twitter
E-Mail
WhatsApp
Telegram
ସ୍ବାସ୍ଥ୍ୟ ସେବାରେ ଯୋଗ ଦେଲେ ୩୭୩୨ ନର୍ସିଂ ଅଫିସର

ଆଜି ରାଜ୍ୟର ସ୍ବାସ୍ଥ୍ୟ ସେବା କ୍ଷେତ୍ରରେ ରାଜ୍ୟର ବିଭିନ୍ନ ମେଡିକାଲ କଲେଜ ଓ ଡାକ୍ତରଖାନାରେ  ୩୭୩୨ ଜଣ ନର୍ସିଂ ଅଫିସର ଯୋଗ ଦେଇଛନ୍ତି । ଏଥିପାଇଁ ସ୍ଥାନୀୟ କଳିଙ୍ଗ ଷ୍ଟାଡିଅମ ଠାରେ ଏକ ନିଯୁକ୍ତି ପର୍ବର ଆୟୋଜନ କରାଯାଇଥିଲା । 


    ଏହି ଅବସରରେ କାର୍ଯ୍ୟକ୍ରମରେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ନୂତନ ଭାବେ ଯୋଗ ଦେଇଥିବା ନର୍ସିଂ ଅଫିସର ମାନଙ୍କୁ ପଣ୍ଡିତ ଗୋପବନ୍ଧୁ ଦାସ, ଫ୍ଲୋରେନ୍‌ସ ନାଇଟେଙ୍ଗଲ ଓ ମଦର ଟେରେସାଙ୍କ ପରି ସେବାର ପ୍ରତିମୂର୍ତ୍ତୀ ମାନଙ୍କ ଆଦର୍ଶକୁ ଅନୁସରଣ କରିବା ପାଇଁ ପରାମର୍ଶ ଦେଇଛନ୍ତି । ନିଃସ୍ବାର୍ଥପର ଭାବେ ନିଷ୍ଠାର ସହ ସେବାର ଏହି ମୂର୍ତ୍ତୀମନ୍ତ ପ୍ରତୀକ ମାନଙ୍କ ଆଦର୍ଶରେ କାମ କଲେ, ନିଜ ପାଇଁ ସେମାନେ ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିବେ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।


    ରୋଗୀ ସେବା ପରି ଏକ ମହାନ ସେବାରେ ଯୋଗ ଦେଇଥିବାରୁ ନୂଆ ଅଧିକାରୀ ମାନଙ୍କୁ ଓ ସେମାନଙ୍କ ପରିବାରକୁ ଶୁଭେଚ୍ଛା ଜଣାଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଆମ ସ୍ବାସ୍ଥ୍ୟ ସେବାର ମୂଳମନ୍ତ୍ର ହେଉଛି ପ୍ରତି ଜୀବନ ମୂଲ୍ୟବାନ । ଏହି ଆଦର୍ଶ ନେଇ ଆମେ କାମ କରୁଛୁ ।


      ଏ ଦିଗରେ ନର୍ସିଂ ଅଫିସର ମାନଙ୍କ ଗୁରୁ ଦାୟିତ୍ବ ରହିଛି ବୋଲି ମତ ଦେଇ ସେ କହିଥିଲେ ଯେ ପ୍ରତି ଲୋକ ଯେପରି ଉତ୍ତମ ସେବା ପାଇପାରିବେ, ସେ ଦାୟିତ୍ବ ଆପଣମାନଙ୍କର । ଆପଣମାନେ ହିଁ ରୋଗୀ ଭିତରେ ଭରସା ସୃଷ୍ଟି କରିପାରିବେ । ଆପଣମାନଙ୍କ ନିଷ୍ଠା ଓ ସେବା ହିଁ ରୋଗୀର ବିଶ୍ବାସ ବୃଦ୍ଧି କରିପାରିବ ।  କରୋନା ସମୟରେ ଡାକ୍ତର  ମାନଙ୍କ ସହିତ ନର୍ସିଂ ଅଫିସର ମାନେ ମଧ୍ୟ ବହୁତ ଭଲ କାମ କରିଥିଲେ। କୋଭିଡ ପରିଚାଳନାର ସଫଳତାରେ ନର୍ସିଂ ଅଫିସର ମାନଙ୍କ ବହୁତ ବଡ ଭୂମିକା ଥିଲା ବୋଲି ସେ କହିଥିଲେ।


ରାଜ୍ୟ ସରକାରଙ୍କ 5T ଉପକ୍ରମ ଉପରେ ଆଲୋକପାତ କରି ସେ କହିଥିଲେ ଯେ ଏହି ନୀତି ଦ୍ବାରା ଆମର ସ୍ବାସ୍ଥ୍ୟ ସେବା  ବ୍ୟବସ୍ଥା ଫଳପ୍ରଦ ହୋଇପାରିଛି । ସରକାରୀ ଡାକ୍ତରଖାନାରେ ସ୍ବାସ୍ଥ୍ୟସେବାରେ    ରୂପାନ୍ତର ଆଜି ସମସ୍ତେ ଅନୁଭବ କରିପାରୁଛନ୍ତି । ଧନୀ, ଗରିବ ଆଜି ସମସ୍ତେ ସରକାରୀ ହସ୍‌ପିଟାଲରେ ମାଗଣାରେ ଉତ୍ତମ ଚିକିତ୍ସା ସୁବିଧା ପାଉଛନ୍ତି। ସ୍ବାସ୍ଥ୍ୟସେବା କ୍ଷେତ୍ରରେ ‘ମୋ ସରକାର’ ବ୍ୟବସ୍ଥାରେ ବହୁତ ଭଲ ଫିଡବ୍ୟାକ ଆସୁଛି । ଏହା ବହୁତ ଉତ୍ସାହପ୍ରଦ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।


କାର୍ଯ୍ୟକ୍ରମରେ ଉପସ୍ଥିତ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଶ୍ରୀ ନିରଞ୍ଜନ ପୁଜାରୀ କହିଥିଲେ ଯେ ରାଜ୍ୟବାସୀଙ୍କୁ ପର୍ଯ୍ୟାପ୍ତ ଓ ଉନ୍ନତମାନର ସ୍ବାସ୍ଥ୍ୟସେବା ଯୋଗାଇ ଦେବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ବରେ ଆମେ ସବୁବେଳେ ପ୍ରୟାସ କରିଆସିଛୁ । ନୂତନ ମେଡିକାଲ କଲେଜ ପ୍ରତିଷ୍ଠା, ସ୍ବାସ୍ଥ୍ୟ ଭିତ୍ତିଭୂମିକୁ ସୁଦୃଢ କରିବା ଏବଂ ନୂତନ ନିଯୁକ୍ତି ଜରିଆରେ ସମସ୍ତଙ୍କୁ ଉତ୍ତମ ସ୍ବାସ୍ଥ୍ୟସେବା ପ୍ରଦାନକୁ ସୁଚିଶ୍ଚିତ କରାଯାଇଛି ବୋଲି ସେ କହିଥିଲେ।


ଏହି କାର୍ଯ୍ୟକ୍ରମରେ 5T ତଥା ନବୀନ ଓଡିଶାର ଅଧ୍ୟକ୍ଷ ଶ୍ରୀ ଭି.କେ. ପାଣ୍ଡିଆନ ନବନିଯୁକ୍ତ ନର୍ସିଂ ଅଫିସର ମାନଙ୍କ ସହ ମତ ବିନିମୟ କରି କହିଥିଲେ ଯେ ଆପଣମାନେ ଆଜି ନୂଆ  ଚାକିରୀରେ ଯୋଗ ଦେଇ ଯେପରି ଖୁସି ଅଛନ୍ତି,  ଆପଣମାନଙ୍କ ପାଖକୁ ଯେଉଁ ଲୋକ ଚିକିତ୍ସା ପାଇଁ ଆସିବେ, ତାଙ୍କୁ ମଧ୍ୟ ଆପଣମାନେ ଏପରି ଖୁସି ଦେବାକୁ ଉଦ୍ୟମ କରନ୍ତୁ। ସେମାନଙ୍କୁ ଭଲ ସେବା ଦିଅନ୍ତୁ । ସେ ଆହୁରି ମଧ୍ୟ କହିଥିଲେ ଯେ  ଲୋକମାନେ  ପୁଣ୍ଯ  ପାଇଁ  ମନ୍ଦିର  ଯାଆନ୍ତି  କିନ୍ତୁ ଆପଣମାନେ   ଏପରି  ଚାକିରି  ପାଇଛନ୍ତି  ଯେଉଁଥିରେ  ରୋଗୀ  ସେବା  ଜରିଆରେ  ଆପଣ  ଭାଗବାନଙ୍କ  ଆଶୀର୍ବାଦ  ପାଇବେ  ଓ ପୁଣ୍ୟ ଅର୍ଜନ କରିବେ.  ସ୍ବଚ୍ଛତାର ସହ ସମସ୍ତଙ୍କୁ ସେବା ପ୍ରଦାନ କରିବା ପାଇଁ ସେ ଆହ୍ବାନ ଦେଇଥିଲେ ।


ମୁଖ୍ୟ ଶାସନ ସଚିବ ଶ୍ରୀ ପି.କେ ଜେନା କହିଥିଲେ ଯେ ୩୭୩୨ ଜଣ ନର୍ସିଂ ଅଫିସରଙ୍କ ନୂଆ ନିଯୁକ୍ତି ଆମର ସ୍ବାସ୍ଥ୍ୟସେବା କ୍ଷେତ୍ରକୁ ଅଧିକ ସୁଦୃଢ କରିବା ସହିତ ଆମର ଲକ୍ଷ୍ୟ ପୂରଣରେ ସହାୟକ ହେବ । ସମସ୍ତଙ୍କୁ ନିଷ୍ଠାର ସହ କାମ କରିବାକୁ ସେ ପରାମର୍ଶ ଦେଇଥିଲେ ।


ନୂତନ ଭାବେ ନିଯୁକ୍ତି ପାଇଥିବା ନର୍ସିଂ ଅଫିସରଙ୍କ ମଧ୍ୟରୁ ସୁନ୍ଦରଗଡ ସରକାରୀ ମେଡିକାଲ କଲେଜର ଲିପ୍‌ସା ନାୟକ, ମୟୁରଭଞ୍ଜର ଦିବ୍ୟଜ୍ୟୋତି ଖଣ୍ଡା ଏବଂ ପୁରୀ ଶ୍ରୀଜଗନ୍ନାଥ ମେଡିକାଲ କଲେଜର ମିତା ବହିଦାର ପ୍ରମୁଖ ନିଯୁକ୍ତି ପ୍ରକ୍ରିୟାରେ ନିଜର ଅଭିଜ୍ଞତା ବର୍ଣ୍ଣନା କରି କହିଥିଲେ ଯେ ସ୍ବଚ୍ଛତାର ସହ ଏବଂ ଖୁବ କମ୍‌ ସମୟ ମଧ୍ୟରେ ସେମାନଙ୍କ ନିଯୁକ୍ତି ପ୍ରକ୍ରିୟା ଶେଷ ହୋଇଥିବାରୁ ସେମାନେ ମୁଖ୍ୟମନ୍ତ୍ରୀ ଓ 5T ଅଧ୍ୟକ୍ଷଙ୍କ ନିକଟରେ କୃତଜ୍ଞ।  ମୁଖ୍ୟମନ୍ତ୍ରୀଙ୍କ ‘ସୁସ୍ଥ ଓଡିଶା ସୁଖୀ ଓଡିଶା’ ଗଠନ ପାଇଁ ସେମାନେ ସମର୍ପିତ ହୋଇ କାର୍ଯ୍ୟ କରିବେ ବୋଲି କହିଥିଲେ ।


କାର୍ଯ୍ୟକ୍ରମରେ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ସଚିବ ଶ୍ରୀମତୀ ଶାଳିନୀ ପଣ୍ଡିତ ସ୍ବାଗତ ଭାଷଣ ଦେଇଥିଲେ ଏବଂ ନର୍ସିଂ ନିର୍ଦ୍ଦେଶକ ଡଃ ରାମଚନ୍ଦ୍ର ରାଉତ ଧନ୍ୟବାଦ ଅର୍ପଣ କରିଥିଲେ ।

Powered by Froala Editor

Tags Chief minister, Naveen Patnaik

Related articles Odisha News Lens 4.1

  • ଆପଲ୍‌ର ନୂଆ CEO ଜନ୍ ଟର୍ନସ୍
    ବାଣିଜ୍ୟ

    ଆପଲ୍‌ର ନୂଆ CEO ଜନ୍ ଟର୍ନସ୍

    14997
    Sep 03, 2026
  • ନାବାଳିକା ଛାତ୍ରୀଙ୍କୁ ଅପହରଣ କରି କାର୍ ଭିତରେ ଗଣବଳାତ୍କାର
    ଦେଶ-ଦେଶାନ୍ତର

    ନାବାଳିକା ଛାତ୍ରୀଙ୍କୁ ଅପହରଣ କରି କାର୍ ଭିତରେ ଗଣବଳାତ୍କାର

    13763
    Sep 03, 2026
  • କମିଲା ସୁନା ଦର, କେତେ ଜାଣନ୍ତୁ ?
    ଦେଶ-ଦେଶାନ୍ତର

    କମିଲା ସୁନା ଦର, କେତେ ଜାଣନ୍ତୁ ?

    15342
    Sep 03, 2026
  • ଓଡ଼ିଶା କ୍ରାଫ୍ଟ ଓଡ଼ିସି ଉନ୍ମୋଚନ କରିବ ଚାନ୍ଦୁଆ: କାନୋପିଜ୍‌ ଅଫ୍‌ ଲେବର, ଯେଉଁଥିରେ ...
    ବାଣିଜ୍ୟ

    ଓଡ଼ିଶା କ୍ରାଫ୍ଟ ଓଡ଼ିସି ଉନ୍ମୋଚନ କରିବ ଚାନ୍ଦୁଆ: କାନୋପିଜ୍‌ ଅଫ୍‌ ଲେବର, ଯେଉଁଥିରେ ...

    14473
    Sep 03, 2026
  • ସୁନା ଦରରେ ବଡ଼ ଧରଣର ହ୍ରାସ
    ବାଣିଜ୍ୟ

    ସୁନା ଦରରେ ବଡ଼ ଧରଣର ହ୍ରାସ

    14109
    Sep 03, 2026
  • ସୋସିଆଲ ମିଡିଆରେ ଛାଡପତ୍ର ଘୋଷଣା କଲେ ରାପର୍‌ ବାଦଶାହା
    ମନୋରଞ୍ଜନ

    ସୋସିଆଲ ମିଡିଆରେ ଛାଡପତ୍ର ଘୋଷଣା କଲେ ରାପର୍‌ ବାଦଶାହା

    13643
    Sep 03, 2026
  • ନେପାଳ ଭୟଙ୍କରୀ ବନ୍ୟା: ମୃତ୍ୟୁ ସଂଖ୍ୟା 12 ଶହ ପାର କଲା
    ଦେଶ-ଦେଶାନ୍ତର

    ନେପାଳ ଭୟଙ୍କରୀ ବନ୍ୟା: ମୃତ୍ୟୁ ସଂଖ୍ୟା 12 ଶହ ପାର କଲା

    15500
    Sep 03, 2026
  • ଆମୱେ ଆୟୁର୍ବେଦ କ୍ଷେତ୍ରରେ ସମ୍ପ୍ରସାରଣ ସହିତ ବିକଶିତ ଭାରତ ଲକ୍ଷ୍ୟକୁ ସମର୍ଥନ ...
    ବାଣିଜ୍ୟ

    ଆମୱେ ଆୟୁର୍ବେଦ କ୍ଷେତ୍ରରେ ସମ୍ପ୍ରସାରଣ ସହିତ ବିକଶିତ ଭାରତ ଲକ୍ଷ୍ୟକୁ ସମର୍ଥନ ...

    13566
    Sep 03, 2026
  • କରେନ୍ସି ଚେଷ୍ଟରେ ୧୭ କୋଟିର ନକଲି ନୋଟ,  ୪ ଜଣଙ୍କୁ ନିଲମ୍ବିତ କଲେ ବ୍ୟାଙ୍କ ...
    ଦେଶ-ଦେଶାନ୍ତର

    କରେନ୍ସି ଚେଷ୍ଟରେ ୧୭ କୋଟିର ନକଲି ନୋଟ, ୪ ଜଣଙ୍କୁ ନିଲମ୍ବିତ କଲେ ବ୍ୟାଙ୍କ ...

    14890
    Sep 03, 2026

ଆପଣ ଆଗ୍ରହୀ ହୋଇପାରନ୍ତି

  • ବାଣିଜ୍ୟ

    ଆପଲ୍‌ର ନୂଆ CEO ଜନ୍ ଟର୍ନସ୍

    14997
    Sep 03, 2026
  • ବାଣିଜ୍ୟ

    ସୁନା ଦରରେ ବଡ଼ ଧରଣର ହ୍ରାସ

    14109
    Sep 03, 2026
  • ମନୋରଞ୍ଜନ

    ସୋସିଆଲ ମିଡିଆରେ ଛାଡପତ୍ର ଘୋଷଣା କଲେ ରାପର୍‌ ବାଦଶାହା

    13643
    Sep 03, 2026

Advertisement

ସଂସ୍କୃତି

ରବୀନ୍ଦ୍ର ମଣ୍ଡପଠାରେ "ନୃତ୍ୟାଞ୍ଜଳୟ ଉତ୍ସବ-୨୦୨୨" ଅନୁଷ୍ଠିତ

ଭୁବନେଶ୍ୱର, ୧୫/୦୫ (ନି.ପ୍ର.): ସ୍ଥାନୀୟ ରବୀନ୍ଦ୍ର ମଣ୍ଡପଠାରେ "ନୃତ୍ୟାଞ୍ଜଳୟ ଉତ୍ସବ-୨୦୨୨" ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଧର୍ମଶାଳା ବିଧାୟକ ସ୍ଵାଧୀନ ହିମାଂଶୁ ଶେଖର ସାହୁ, ପଦ୍ମଶ୍ରୀ ଗୁରୁ କୁମକୁମ ମହାନ୍ତି, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଉପ-ନିର୍ଦ୍ଦେଶିକା ଶ୍ରୀମ ...

  • ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର, ଲୁହରେ ଭିଜାଇଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତି ଆଧାରିତ ନାଟକ ‘ଅଦୃଶ୍ୟ ଜଗନ୍ନାଥ‘

    17069
    Jun 25, 2025
  • ୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

    17712
    Sep 10, 2023
  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    17737
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    18137
    Sep 06, 2023

ବିଶେଷ

  • ଛାଡି ଦିଅନ୍ତୁ ଆଳୁ ଖାଇବା, ନିୟନ୍ତ୍ରଣ ହୋଇପାରିବ ଓଜନ

    13380
    Sep 03, 2026
  • କଞ୍ଚାକଦଳୀ ଖାଇବା ଶରୀର ପାଇଁ ଲାଭଦାୟକ, ଭରି ରହିଛି ଏହିସବୁ ଗୁଣ

    14473
    Aug 31, 2026
  • ଛାତି ଯନ୍ତ୍ରଣା ହୋଇଥାଏ ଏହିସବୁ ରୋଗର ଲକ୍ଷଣ

    14780
    Aug 30, 2026
  • ରାକ୍ଷୀ ବାନ୍ଧିବାର ଉଚିତ୍ ସମୟ ଜାଣନ୍ତୁ.....

    14734
    Aug 27, 2026
  • ମୂଷାମାନେ କିପରି ଘରୁ ବାହାରିବେ ଜାଣନ୍ତୁ ଟିପ୍ସ

    14072
    Aug 26, 2026

ବାଣିଜ୍ୟ

ଓଡ଼ିଶା କ୍ରାଫ୍ଟ ଓଡ଼ିସି ଉନ୍ମୋଚନ କରିବ ଚାନ୍ଦୁଆ: କାନୋପିଜ୍‌ ଅଫ୍‌ ଲେବର, ଯେଉଁଥିରେ ଓଡ଼ିଶାର ଜୀବନ୍ତ ଚାନ୍ଦୁଆ ପରମ୍ପରାର ସବିଶେଷ ବିଷୟ ସ୍ଥାନ ପାଇଛି

ଦ୍ୱିଭାଷୀ ପ୍ରକାଶନରେ ପୂର୍ଣ୍ଣ ପ୍ରସ୍ତୁତ କାରିଗରୀ ବସ୍ତୁ ଊଦ୍ଧ୍ୱର୍ରେ ଚାନ୍ଦୁଆର ପରୀକ୍ଷା ନିରୀକ୍ଷା କରିବାକୁ କ୍ଷେତ୍ରସ୍ତରୀୟ କାର୍ଯ୍ୟ, ଅଭିଲେଖୀୟ ଗବେଷଣା ଏବଂ କାରିଗରୀ ଆତ୍ମଜୀବନୀକୁ ଏକତ୍ରିତ କରାଯାଇଛି

  • ଆମୱେ ଆୟୁର୍ବେଦ କ୍ଷେତ୍ରରେ ସମ୍ପ୍ରସାରଣ ସହିତ ବିକଶିତ ଭାରତ ଲକ୍ଷ୍ୟକୁ ସମର୍ଥନ କରୁଛି

    13566
    Sep 03, 2026
  • ସୁନା ଦରରେ ବଡ଼ ଧରଣର ହ୍ରାସ

    14109
    Sep 03, 2026
  • ଆପଲ୍‌ର ନୂଆ CEO ଜନ୍ ଟର୍ନସ୍

    14997
    Sep 03, 2026
  • ବେଦାନ୍ତ ଆଲୁମିନିୟମ ରାୟଗଡ଼ା ଏବଂ କଳାହାଣ୍ଡିରେ ଲୋକଙ୍କ ପାଇଁ ଗୁଣାତ୍ମକ ସ୍ୱାସ୍ଥ୍ୟସେବା ଉପଲବ୍ଧ କରାଉଛି

    14514
    Sep 02, 2026

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ନାବାଳିକା ଛାତ୍ରୀଙ୍କୁ ଅପହରଣ କରି କାର୍ ଭିତରେ ଗଣବଳାତ୍କାର

    13763
    Sep 03, 2026
  • ନେପାଳ ଭୟଙ୍କରୀ ବନ୍ୟା: ମୃତ୍ୟୁ ସଂଖ୍ୟା 12 ଶହ ପାର କଲା

    15500
    Sep 03, 2026
  • ସୁନା ଦରରେ ବଡ଼ ଧରଣର ହ୍ରାସ

    14109
    Sep 03, 2026

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In