ଲକ୍ଷେ ତଳକୁ ଖସିଲା ଦୈନିକ ସଂକ୍ରମଣ

ନୂଆଦିଲ୍ଲୀ : ଅଢେ଼ଇ ମାସ ପରେ କରୋନା ସଂକ୍ରମଣ ବହୁ ତଳକୁ ଖସିଛି । ଗତ ୨୪ ଘଂଟା ମଧ୍ୟରେ ଦେଶରେ ୮୬୪୯୮ କରୋନା ସଂକ୍ରମିତ ଚିହ୍ନଟ କରାଯାଇଛି । ଫଳରେ ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୨ କୋଟି ୮୯ ଲକ୍ଷ ଟପିଛି । ସମ୍ପ୍ରତି ଦେଶରେ ୧୩ ଲକ୍ଷ କରୋନା ସଂକ୍ରମିତ ଚିକିତ୍ସିତ ହେଉଥିବାବେଳେ ୨ କୋଟି ୭୩ ଲକ୍ଷ ସୁସ୍ଥ ହୋଇଛନ୍ତି । ସେହିପରି ୨୪ ଘଂଟା ମଧ୍ୟରେ ୨୧୨୩ ଜଣ ମୃତୁ୍ୟବରଣ କରିଥିବାବେଳେ ଦେଶରେ କରୋନା ଜନିତ ମୃତୁ୍ୟ ସଂଖ୍ୟା ୩ ଲକ୍ଷ ୫୧ ହଜାର ୩୦୯ରେ ପହଁଚିଛି ।
ଅପରପକ୍ଷରେ ରାଜ୍ୟରେ କରୋନାରେ ଆଉ ୪୫ ପ୍ରାଣ ହରାଇଛନ୍ତି । ଫଳରେ ମୋଟ କରୋନା ଜନିତ ମୃତୁ୍ୟ ସଂଖ୍ୟା ୩୦୮୦ରେ ପହଁଚିଛି ।
ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ସୂଚନା ଅନୁଯାୟୀ, ଅନୁଗୁଳରେ ୪, ବାଲେଶ୍ୱରରେ ୧, ବରଗଡରେ ୨, ବୌଦ୍ଧରେ ୩, କଟକରେ ୫, ଢେଙ୍କାନାଳରେ ୪, ଜଗତସିଂହପୁରରେ ୧, ଯାଜପୁରରେ ୧, ଝାରସୁଗୁଡାରେ ୩, କଳାହାଣ୍ଡିରେ ୫, କେନ୍ଦ୍ରାପଡାରେ ୧, ଖୋର୍ଦ୍ଧାରେ ୬, ମାଲକାନାଗିରିରେ ୧, ମୟୂରଭଞ୍ଜରେ ୧, ନୟାଗଡରେ ୧, ରାୟଗଡାରେ ୨ ଓ ସୁନ୍ଦରଗଡରେ ୪ ଜଣ ମୃତୁ୍ୟବରଣ କରିଛନ୍ତି ।
Powered by Froala Editor