୧୦ ହଜାର ଟଙ୍କା ଲୁଟି ଚାରି ଲୁଟେରା ଗିରଫ

ଅତାବିରା: ଅତାବିରା ବ୍ଲକ ଅନ୍ତର୍ଗତ ବୁଗୁବୁଗା ଗ୍ରାମରେ ଚାଲିଥିଲା ଏକ ଯାତ୍ରା। ଏହି ଯାତ୍ରାକୁ ବିକ୍ରି କରିବାକୁ ଯାଇଥିବା ଏକ ଚାର୍ଟ ଠେଲା ଦୋକାନୀ ଯାତ୍ରାରୁ ଠେଲା ନେଇ ଫେରୁଥିବା ସମୟରେ ପ୍ରାୟ ରାତି ଦୁଇଟାରେ ମହୁଲ ଡୁଙ୍ଗୁରିରୁ ୫୦୦ ମିଟର ଦୂର ବାବେବିରା ରାସ୍ତାରେ ହଠାତ୍ ଚାରିଜଣ ଯୁବକ ତାଙ୍କୁ ଅଟକାଇ ଥିଲେ। ଠେଲାକୁ ଅଟକାଇ ଠେଲା ଦୋକାନୀକୁ ମଦ ପିଇବା ପାଇଁ ପ୍ରଥମେ ଦୁଇଶହ ଟଙ୍କା ମାଗିଥିଲେ। ଦୋକାନୀ ଟି ଭୟରେ ପଇସା ବାହାର କରି ଦେଇଥିଲେ। କିନ୍ତୁ ଦୋକାନୀ ପାଖରେ ଆହୁରି ଟଙ୍କା ଥିବା ଜାଣି ତାକୁ ଆହୁରି ଟଙ୍କା ମାଗିଥିଲେ। ଦୋକାନୀ ମନା କରିବାରୁ ତାଙ୍କୁ ଗାଳି କରିବା ସହ ଠେଲି ଦେଇଥିଲେ। ଫଳରେ ଦୋକାନୀଟି ଦୂରକୁ ଛିଟିକି ହୋଇ ପଡ଼ିଥିଲେ। ଏହା ଦେଖି ତା ପାଖରେ ଥିବା ୧୦ ହଜାର ୮୦୦ ଟଙ୍କା ଲୁଟି ନେଇ ଦୌଡ଼ି ପଳାଇବାକୁ ଉଦ୍ୟମ କରିଥିଲେ। ପୋଲିସ ପେଟ୍ରୋଲିଙ୍ଗ୍ କରୁଥିବା ବେଳେ କୌଣସି ସୂତ୍ରରୁ ଖବର ପାଇ ଘଟଣାସ୍ଥଳରେ ପହଞ୍ଚିଥିଲା। ଏହି ଲୁଟେରା ମାନଙ୍କୁ ବହୁତ୍ ଖୋଜା ଖୋଜି କଲା ପରେ ଧାନ ବିଲ ଭିତରେ ସେମାନେ ଲୁଚିଥିବା ଅବସ୍ଥାରେ ପୋଲିସ ତାଙ୍କୁ ଗିରଫ କରିଥିଲା। ଏହି ଲୁଟେରା ମନେ ହେଲେ ଅତାବିରା ଥାନା ଅନ୍ତର୍ଗତ କୁଲୁଣ୍ଡା ଗ୍ରାମର ଆଲୋକ ସାହୁ (୨୮), ପଧକ୍ଷନ ଟିକ୍ରାର କାର୍ତ୍ତିକ ବରିହା (୨୪), ଜଣେ ନାବାଳକ ବିକାଶ ତାଣ୍ଡି (୧୭), ବାବେବିରାର ପ୍ରେମାନନ୍ଦ ଭୂଏ (୨୪)।
Powered by Froala Editor