ଚୋରା ପୀରତିର କରୁଣ ଅନ୍ତ : ପ୍ରେମିକାକୁ ୩୧ ଖଣ୍ଡ କଲା ୫ ପିଲାର ବାପା

ନବରଙ୍ଗପୁର ଜିଲ୍ଲା ରାଇଘର ଥାନା ଅଞ୍ଚଳରେ ଘଟିଛି ବୀଭତ୍ସ ହତ୍ୟାକାଣ୍ଡ । ୫ ପିଲାର ବାପା ପତ୍ନୀ ସହ ମିଶି ପ୍ରେମିକାକୁ ଗଡ ଗଡ କରି ହାଣି ଦେଇଛି । ସେତିକି ନୁହେଁ ସ୍ୱାମୀ ସ୍ତ୍ରୀ ୩୧ ଖଣ୍ଡ କାଟି ପୋତିଦେଇଛନ୍ତି । ମୃତ ମହିଳା ଜଣଙ୍କ ତିଲବତୀ ଗଣ୍ଡ ବୋଲି ଜଣାପଡ଼ିଛି । ହତ୍ୟାରେ ସମ୍ପୃକ୍ତ ଥିବା ଅଭିଯୋଗରେ ପୋଲିସ ଦମ୍ପତିଙ୍କୁ ଅଟକ ରଖିଛି । ମୃତଦେହ ମିଳିବା ପରେ ରାଇଘର ଏସଡିପିଓ ସାଇଣ୍ଟିଫିକ୍ ଟିମ୍ ସହ ପହଞ୍ଚି ଘଟଣାର ତଦନ୍ତ କରୁଛନ୍ତି ।
ରାଇଘର ଥାନା ବାଘବେଡ଼ା ଗାଁର ଲୁବୁ ଗଣ୍ଡଙ୍କ ୨୩ ବର୍ଷୀୟ ଝିଅ ତିଲବତୀ ମୁରୁମଡିହି ଗ୍ରାମର ଚନ୍ଦ୍ର ରାଉତଙ୍କୁ ଦେଢ଼ ବର୍ଷ ଧରି ପ୍ରେମ କରୁଥିଲେ। ପତ୍ନୀ ଓ ୫ ଛୁଆ ଥାଇ ମଧ୍ୟ ତିଲବତୀଙ୍କୁ ଭଲ ପାଉଥିଲେ ଚନ୍ଦ୍ର। ହେଲେ ଝିଅ ପ୍ରେମ ସମ୍ପର୍କରେ କିଛି ଜାଣିପାରିନଥିଲେ ବାପା ଲୁବୁ ଗଣ୍ଡ। ଗତ ବୁଧବାର ସନ୍ଧ୍ୟା ବେଳେ କାହାକୁ କିଛି ନକହି ଘରୁ ବାହାରି ଆସିଥିଲେ ତିଲବତୀ। ଝିଅ ଘରକୁ ନଫେରିବାରୁ ପରିବାର ଲୋକେ ଚାରିଆଡେ ଖୋଜାଖୋଜି କରିଥିଲେ। ତିଲବତୀଙ୍କ କୌଣସି ପତ୍ତା ପାଇନଥିଲେ।
ପରେ ତିଲବତୀଙ୍କ ପ୍ରେମ କାହାଣୀ ସାମ୍ନାକୁ ଆସିଥିଲା। ମୁରୁମଡିହି ଗାଁର ଚନ୍ଦ୍ରଙ୍କୁ ତିଲବତୀ ପ୍ରେମ କରୁଥିବା ପରିବାର ଲୋକେ ଜାଣିବାକୁ ପାଇଥିଲେ। ଏହା ପରେ ପରିବାର ଲୋକ ଚନ୍ଦ୍ରଙ୍କ ଗାଁକୁ ଯାଇଥିଲେ। ତିଲବତୀଙ୍କ ସମ୍ପର୍କରେ ପଚାରିଥିଲେ। ମାତ୍ର ସେ ଧରାଛୁଆଁ ଦେଇନଥିଲେ।
ତେବେ ତିଲବତୀଙ୍କୁ ହତ୍ୟା କରାଯାଇଥିବା ମୁରୁମଡିହି ଗାଁ ଲୋକଙ୍କଠାରୁ ଶୁଣିବାକୁ ପାଇଥିଲେ ଲୁବୁ ଗଣ୍ଡଙ୍କ ପରିବାର ଲୋକେ। ଏହା ପରେ ଏନେଇ ରାଇଘର ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗକୁ ଭିତ୍ତିକରି ପୁଲିସ ମାମଲା ରୁଜୁ କରି ଚନ୍ଦ୍ର ଓ ତାଙ୍କ ପତ୍ନୀଙ୍କୁ ଉଠାଇ ଆଣି ଜେରା କରିଥିଲା। ଜେରା ବେଳେ ସେମାନେ ତିଲବତୀଙ୍କୁ ହତ୍ୟା କରିଥିବା ଜଣାପଡ଼ିଛି। ତିଲବତୀଙ୍କୁ ମାରିବା ମୁରୁମଡିହି ଗ୍ରାମ୍ୟ ଜଙ୍ଗଲକୁ ନେଇ ଯାଇଥିଲେ। ସେଠାରେ ତାଙ୍କ ଶରୀରକୁ ଚପଡରେ ହାଣି ୩୧ ଖଣ୍ଡ କରି ପୋତି ଦେଇଥିଲେ।
Powered by Froala Editor