୩୫୦ ଟଙ୍କା ନଦେବାରୁ ୬୦ ଥର ଛୁରୀ ଭୁସିଲା ଯୁବକ

ଦିଲ୍ଲୀର ସ୍ବାଗତ ଅଞ୍ଚଳରେ ହୃଦୟ ବିଦାରକ ଘଟଣା ଘଟିଛି। ୩୫୦ ଟଙ୍କା ନଦେବାରୁ ନାବାଳକଙ୍କ ଛାତିରେ ୬୦ ଥର ଛୁରି ଭୂଷି ହତ୍ୟା କରିଛି ଯୁବକ। କେବଳ ଏତିକି ନୁହେଁ ଛୁରୀ ଭୁସିବା ପରେ ଶବ ନିକଟରେ ଉନ୍ମତ୍ତ ଭାବେ ନାଚିଥିଲା ଅଭିଯୁକ୍ତ । ସେ ମରିଛି କି ନାହିଁ ଦେଖିବା ପାଇଁ ମୁଣ୍ଡରେ ବାଡେଇଥିଲା। ଏହା ପରେ ସେ ଚାରିପାଖକୁ ଦେଖିବା ପରେ ଘଟଣାସ୍ଥଳରୁ ପଳାଇ ଯାଇଥିଲା। ଘଟଣାର ଦୃଶ୍ୟ କଏଦ ହୋଇଛି ସିସିଟିଭିରେ ।
ବୁଧବାର ସକାଳେ ସମ୍ବେଦନଶୀଳ ଘଟଣା ଘଟାଇଥିବା ସନ୍ଦେହରେ ଦିଲ୍ଲୀ ପୋଲିସ ୧୬ ବର୍ଷର ବାଳକକୁ ଗିରଫ କରିଛି। ଅଭିଯୁକ୍ତଙ୍କ ବିରୋଧରେ ହତ୍ୟା ମାମଲା ରୁଜୁ କରିଛି ପୋଲିସ।
ପୋଲିସର କହିବା ଅନୁସାରେ ଏହି ଦୁଇ ଜଣ ଯୁବକ ପରସ୍ପରକୁ ଜାଣି ନଥିଲେ । କେବଳ ଟଙ୍କା ଛଡାଇବାକୁ କେନ୍ଦ୍ର କରି ଦୁହିଁଙ୍କ ମଧ୍ୟରେ ଟଣାଓଟରା ଚାଲିଥିଲା । ମୃତ ଯୁବକଙ୍କଠାରୁ ୩୫୦ ଟଙ୍କା ଛଡାଇ ନେବାକୁ କେନ୍ଦ୍ର କରି ଏହି ହତ୍ୟାକାଣ୍ଡ ଘଟିଥିବା ସୂଚନା ମିଳିଛି । ହତ୍ୟା ପରେ ଶବକୁ ଏକ ଗଳିକୁ ଅଭିଯୁକ୍ତ ଟାଣି ନେବାର ଭିଜୁଆଲ ହୋଇଛି କଏଦ । କେବଳ ଟଙ୍କା ଲୁଟକୁ କେନ୍ଦ୍ର କରି ଏହି ହତ୍ୟାକାଣ୍ଡ ଘଟିଥିବା ପୋଲିସ କହିଛି । ଟଙ୍କା ଛଡାଇବା ପରେ ପ୍ରଥମେ ଅଭିଯୁକ୍ତଜଣକ ମୃତକଙ୍କ ତଣ୍ଟି ଚିପିବା ପରେ ୬୦ ଥର ଛୁରୀ ଭୁସିଥିଲା । ସେଥିରୁ ଅଧିକାଂଶ ଥର ସେ ମୃତକଙ୍କ ବେକରେ ଛୁରୀ ଭୁସିଥିଲା । ହତ୍ୟା ପରେ ଅଭିଯୁକ୍ତ ଜଣକ ଶବକୁ ଗୋଇଠା ବି ମାରିଥିଲା ।
Powered by Froala Editor