NMC ଆଣିଲା ନୂଆ ଗାଇଡଲାଇନ : +୨ ସାଇନ୍ସରେ ବାୟୋଲୋଜି ନଥିଲେ ବି ହୋଇପାରିବେ ଡାକ୍ତର

ଜାତୀୟ ମେଡିକାଲ କମିଶନ (NMC) ଆଣିଲା ନୂଆ ଗାଇଡଲାଇନ। ପ୍ଲସ୍ ଟୁ ସାଇନ୍ସରେ ବାୟୋଲୋଜି ନ ରଖି ପାସ୍-ଆଉଟ୍ ହୋଇଥିବା ପିଲାମାନେ ଏଣିକି ଡାକ୍ତର ହୋଇପାରିବେ।
ଏନଏମସି ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ, ପରିକ୍ଷାର୍ଥୀମାନେ ଫିଜିକ୍ସ, କେମେଷ୍ଟ୍ରି, ବାୟୋଲୋଜି/ବାୟୋଟେକ୍ନୋଲୋଜି ଏବଂ ଇଂରାଜୀକୁ ଅତିରିିକ୍ତ ବିଷୟ ରଖି ଉତ୍ତୀର୍ଣ୍ଣ ହୋଇଥିଲେ ଦେଶରେ ଏମବିବିଏସ ଓ ବିଡିଏସ ପାଠ୍ୟକ୍ରମ ଲାଗି ହେଉଥିବା NEET-UG ଟେଷ୍ଟ ଦେଇପାରିବେ । ଏଥିସହ ପରିକ୍ଷାର୍ଥୀଙ୍କୁ ଏଲିଜିବିିଲିଟି ସାର୍ଟିଫିକେଟ ମଧ୍ୟ ଏନଏମସି ପକ୍ଷରୁ ଯୋଗାଇ ଦିଆଯିବ । ଯାହାଦ୍ୱାରା ପରିକ୍ଷାର୍ଥୀ ବିଦେଶରେ ବି ଅଣ୍ଡରଗ୍ରାଜୁଏଟ ମେଡିକାଲ ପାଠ୍ୟକ୍ରମ ପଢ଼ି ପାରିବେ।
କିନ୍ତୁ ପୂର୍ବରୁ ଏପରି ନିୟମ ନଥିଲା। ପୂର୍ବ ନିୟମ ଦ୍ୱାଦଶ ଶ୍ରେଣୀ ପାସ୍ କରିବା ପରେ ଛାତ୍ରଛାତ୍ରୀଙ୍କୁ ଅତିରିକ୍ତ ବିଷୟବସ୍ତୁ ନେବାକୁ ଅନୁମତି ଦେଉ ନଥିଲା। MBBS ଏବଂ BDS ନାମଲେଖା ପାଇଁ ଯୋଗ୍ୟ ହେବାକୁ ଫିଜିକ୍ସ, କେମିଷ୍ଟ୍ରି, ମ୍ୟାଥମେଟିକ୍ସ, ବାୟୋଲୋଜି/ବାୟୋଟେକ୍ନୋଲୋଜି ଏବଂ ଇଂରାଜୀରେ ଦୁଇ ବର୍ଷର କ୍ରମାଗତ ଅଧ୍ୟୟନ କରିବା ବାଧ୍ୟତାମୂଳକ ଥିଲା।
Powered by Froala Editor