ଯୁବପିଢି ଏକାଧିକ ଭାଷା ଶିଖନ୍ତୁ ମାତ୍ର ଏହା ମାତୃଭାଷାର ସ୍ଥାନ ନନେଉ: ରାଷ୍ଟ୍ରପତି
ସମ୍ବଲପୁର : ମଣିଷର ପ୍ରଥମ ଶିକ୍ଷା ତାହାର ପରିବାରରୁ ଆରମ୍ଭ ହୁଏ। ମାଆ ଆମମାନଙ୍କର ପ୍ରଥମ ଶିକ୍ଷିକା। ବୁଧବାର ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ବଲପୁରରେ ବ୍ରହ୍ମକୁମାରୀ ଦ୍ୱାରା ଆୟୋଜିତ କାର୍ୟ୍ୟକ୍ରମରେ ସାମିଲ ହୋଇ ନିଜ ଉଦ୍ବୋଧନରେ ଏହା କହିଛନ୍ତି। ରାଷ୍ଟ୍ରପତି କହିଛନ୍ତି, ମାତୃଭାଷାରେ ଶିକ୍ଷା ଦ୍ୱାରା ଚିନ୍ତନ ଓ ଦକ୍ଷତା ବୃଦ୍ଧି ପାଇବ। ରାଷ୍ଟ୍ରନିର୍ମାତା ମାତୃଭାଷାରେ ଶିକ୍ଷାଦାନ ଉପରେ ଗୁରୁତ୍ୱ ଦେଇଥିଲେ। ଯୁବପିଢି ଏକାଧିକ ଭାଷା ଶିଖନ୍ତୁ ମାତ୍ର ଏହା ମାତୃଭାଷାର ସ୍ଥାନ ନନେଉ।
ଆଜି ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଓଡିଶା ଗସ୍ତର ତୃତୀୟ ଦିନ। ସମ୍ବଲପୁରରେ ବ୍ରହ୍ମକୁମାରୀ ଦ୍ୱାରା ଆୟୋଜିତ କାର୍ୟ୍ୟକ୍ରମରେ ସାମିଲ ହୋଇଛନ୍ତି ରାଷ୍ଟ୍ରପତି। ନ୍ୟୁ ଏଜୁକେସନ ଫର ନ୍ୟୁ ଇଣ୍ଡିଆ କାର୍ୟ୍ୟକ୍ରମର ଉଦ୍ଘାଟନ କରିଛନ୍ତି। ଜାତୀୟ ଶିକ୍ଷା ଅଭିଯାନ,ନୂଆ ଭାରତ ପାଇଁ ନୂଆ ଶିକ୍ଷାର ଶୁଭାରମ୍ଭ କରିଛନ୍ତି। କାର୍ୟ୍ୟକ୍ରମ ଶେଷ ପରେ ରାଷ୍ଟ୍ରପତି ବେଙ୍ଗାଲୁରୁ ଫେରିବେ।
Powered by Froala Editor