ଲୁଡୁ ଖେଳକୁ ନେଇ ରାଜ୍ୟ ସରକାରଙ୍କୁ ନୋଟିସ
ମୁମ୍ବାଇ: ଲୁଡୁ ଖେଳକୁ ନେଇ ବମ୍ବେ ହାଇକୋର୍ଟରେ ଏକ ମାମଲା ଦାୟର ହୋଇଛି ଏବଂ ଅଦାଲତ ଏହା ଉପରେ ରାଜ୍ୟ ସରକାରଙ୍କୁ ନୋଟିସ ଜାରି କରିଛନ୍ତି । ଆବେଦନକାରୀ ଦର୍ଶାଇଛନ୍ତି ଯେ ଲୁଡୁ ଏକ ଦକ୍ଷତା ଆଧାରିତ ଖେଳ ଓ ସମ୍ଭାବନା ଆଧାରିତ ଖେଳ ତାହା ଅଦାଲତ ନିର୍ଣ୍ଣୟ କରନ୍ତୁ । ତାଙ୍କ ଅଭିଯୋଗ ଅନୁସାରେ ସେ ଲୁଡୁକୁ ଏକ ସମ୍ଭାବନା ଆଧାରିତ ଖେଳ ବୋଲି ମନେ କରନ୍ତି । କିନ୍ତୁ ଏକ କମ୍ପାନୀ ଏବେ ଅନଲାଇନରେ ଲୁଡୁ ଖେଳ ଉପଲବ୍ଧ କରାଉଛି । ଏବଂ ଏଥିରେ ଆର୍ଥିକ ପୁରସ୍କାର ବି ପ୍ରଦାନ କରୁଛି । ଜଣେ ବ୍ୟକ୍ତି ଏହି ଆପ ଡାଉନଲୋଡ କରି ଏହାକୁ ଖେଳିପାରିବ ଏବଂ ଅର୍ଥ ଜିତିପାରିବ । କିନ୍ତୁ ଆପରେ ଖେଳିଲା ବେଳେ ଏହା ଆଉ ସମ୍ଭାବନା ଆଧାରିତ ଖେଳ ହୋଇ ରହୁନାହିଁ । ବରଂ ଏହା ଦକ୍ଷତା ଆଧାରତି ଖେଳରେ ପରିଣତ ହୋଇଯାଉଛି । ଅନଲାଇନରେ ଗେମ ଖେଳିବାରେ ଯିଏ ଯେତେ ଦକ୍ଷତ, ସିଏ ସେତେ ମାତ୍ରାରେ ଏଥିରେ ଜିତି ପାରିବେ । ଆଉ ଏଥିରେ ଆର୍ଥିକ ପୁରସ୍କାର ଦିଆଯିବା ଯୋଗୁ ଏହା ଜୁଆ ଖେଳ ସହିତ ବି ସମାନ ହୋଇଯାଇଛି ।
Powered by Froala Editor