ପ୍ରଚାର ମୈଦାନରେ ଚେତାଶୂନ୍ୟ ହେଲେ କେ. କବିତା
ନିର୍ବାଚନ ପ୍ରଚାର ଅଭିଯାନ ସମୟରେ ‘ଭାରତ ରାଷ୍ଟ୍ର ସମିତି’ର (ବିଆର୍ଏସ୍) ନେତ୍ରୀ ତଥା ତେଲେଙ୍ଗାନାର ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓଙ୍କ ଝିଅ କେ. କବିତା ଚେତାଶୂନ୍ୟ ହୋଇ ପଡିଛନ୍ତି। ତାଙ୍କୁ ତରନ୍ତୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।
ଆଗକୁ ତେଲେଙ୍ଗନା ବିଧାନସଭା ନିର୍ବାଚନ। ଏଥିପାଇଁ ସବୁ ଦଳ ଜୋରସୋର ପ୍ରଚାର ପ୍ରସାରରେ ଲାଗିଛନ୍ତି। ବିଆର୍ଏସ୍ ଏମ୍ଏଲ୍ସିର ନେତ୍ରୀ କେ.କବିତା ମଧ୍ୟ ଏଥିରୁ ବାଦ୍ ପଡିନାହାନ୍ତି। ଶନିବାର ତେଲେଙ୍ଗାନର ଇତିକ୍ୟାଲ୍ ଅଞ୍ଚଳରେ କେସିଆର୍ଙ୍କ ଝିଅ କେ.କବିତା ଏକ ରୋଡ୍ ଶୋ' କରିଥିଲେ। ବସ୍ର ବାଲକୋନିରେ ଠିଆ ହୋଇ ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ପ୍ରଚାର ଚଳାଇଥିଲେ। ତେବେ ଏତିକି ବେଳେ ହଠାତ୍ ତାଙ୍କ ସ୍ୱାସ୍ଥ୍ୟାବସ୍ତା ବିଗିଡି ଯାଇଥିଲା।
ଚଳନ୍ତା ଗାଡ଼ିରେ ଲାଗିଥିବା ଏକ ମାଇକ୍ରୋଫୋନ୍ରେ ‘ବିଆର୍ଏସ୍’ ନେତ୍ରୀ କିଛି କହୁଥିବା ବେଳେ ତାଙ୍କ ପଛରେ ଠିଆ ହୋଇଥିବା କେ. କବିତା ହଠାତ୍ ବୁଲିପଡ଼ି ଅଚେତ ହୋଇପଡ଼ିବା ଭଳି ତଳେ ପଡ଼ିଯାଉଛନ୍ତି। କେ. କବିତାଙ୍କ ଟିମ୍ କହିଛି ଯେ, ଜଳଶୁଷ୍କତା ଯୋଗୁଁ ସେ ସାମାନ୍ୟ ଅସୁସ୍ଥ ହୋଇପଡ଼ିଥିଲେ। ସ୍ବଳ୍ପ ସମୟ ବିରତି ପରେ ପୂର୍ବ ପରି ପ୍ରଚାର ଅଭିଯାନ ଚାଲିଛି।
ପରେ ‘ଏକ୍ସ’ ପୋଷ୍ଟ୍ରେ କେ. କବିତା ଲେଖିଛନ୍ତି ଯେ, ଏବେ ସେ ସୁସ୍ଥ ଅନୁଭବ କରୁଛନ୍ତି। ସେ କହିଛନ୍ତି, କ୍ଷଣିକ ଆତଙ୍କ ପାଇଁ ଦୁଃଖିତ। ମୁଁ ଏବେ ଭଲ ଅଛି।
Powered by Froala Editor