ମମତାଙ୍କ ପ୍ରଶ୍ନ : ଜର୍ସି କାହିଁକି ନୀଳରୁ ଗେରୁଆ ହେଲା

ଭାରତୀୟ କ୍ରିକେଟ୍ ଟିମ୍ର ପ୍ରାକ୍ଟିସ ଜର୍ସିକୁ ନେଇ ପ୍ରଶ୍ନ ଉଠାଇଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ‘ବିଜେପି’ ସବୁ କିଛି ଗୈରିକ ରଙ୍ଗ କରି ପକାଉଛି ବୋଲି ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ଭାରତୀୟ କ୍ରିକେଟ୍ ଟିମ୍ର ‘ପ୍ରାକ୍ଟିସ୍’ ଜର୍ସି ପ୍ରସଙ୍ଗ ଉଠାଇ କହିଛନ୍ତି।
କେନ୍ଦ୍ରୀୟ କୋଲ୍କାତା ଅଞ୍ଚଳ ଅନ୍ତର୍ଗତ ପୋସ୍ତା ବଜାରରେ ଜଗଧାତ୍ରୀ ପୂଜା କାର୍ଯ୍ୟକ୍ରମ ଉଦ୍ଘାଟନ କରି ‘ତୃଣମୂଳ କଂଗ୍ରେସ’ର ମୁଖ୍ୟ ତଥା ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କହିଲେ, ଏବେ ସବୁ କିଛି ଗୈରିକ ବର୍ଣ୍ଣ ଧାରଣ କରୁଛି। ସେମାନେ ସମଗ୍ର ଦେଶକୁ ଗୈରିକ ବର୍ଣ୍ଣ କରି ପକାଇବାକୁ ପ୍ରୟାସ କରୁଛନ୍ତି। ଆମେ ଆମ ଭାରତୀୟ ଖେଳାଳିଙ୍କୁ ନେଇ ଗୌରବାନ୍ବିତ ଓ ମୋର ବିଶ୍ବାସ ସେମାନେ ବିଶ୍ବ ଚାମ୍ପିୟନ୍ ହେବେ।କିନ୍ତୁ ବିଜେପି ସେଠାରେ ମଧ୍ୟ ମୁଣ୍ଡ ପୂରାଇଛି। ଏବେ ଖେଳାଳିମାନେ ମ୍ୟାଚ୍ ପ୍ରାକ୍ଟିସ୍ ବେଳେ ନୀଳ ରଙ୍ଗ ବଦଳରେ ଗେରୁଆ ରଙ୍ଗର ଜର୍ସି ପିନ୍ଧୁଛନ୍ତି। କେବଳ ସେତିକି ନୁହେଁ ମେଟ୍ରୋ ଷ୍ଟେସନକୁ ମଧ୍ୟ ଗେରୁଆ ରଙ୍ଗରେ ରଙ୍ଗୀନ୍ କରାଯାଇଛି। ଏହା ଆଦୌ ଗ୍ରହଣୀୟ ନୁହେଁ।'
ସେ ଆହୁରି ମଧ୍ୟ କହିଛନ୍ତି, ସେମାନେ ପ୍ରତିମୂର୍ତ୍ତି ସ୍ଥାପନ କଲେ ମୋର କିଛି ଯାଏଆସେ ନାହିଁ। କିନ୍ତୁ, ସେମାନେ ସବୁକିଛି ଗୈରିକ ରଙ୍ଗ କରିବାକୁ ଲାଗିପଡ଼ିଛନ୍ତି।
Powered by Froala Editor