ରେସ୍କ୍ୟୁ ଅପରେସନ ପାଇଁ ନରୱେ ଏବଂ ଥାଇଲ୍ୟାଣ୍ଡରୁ ଆସିବେ ବିଶେଷଜ୍ଞ ଟିମ୍
ଡେରାଡୁନ: ସମୟ ଗଡ଼ି ଚାଲିଛି, ରେସ୍କ୍ୟୁ ଅପରେସନ ବି ଜୋରଦାର ଚାଲିଛି । ତଥାପି ମାଟି ଅତଡା ତଳୁ ବାହାରି ପାରୁନି ଜୀବନ । ଉତ୍ତରାଖଣ୍ଡର ଉତ୍ତରକାଶୀରେ ଟନେଲ ଭୁଶୁଡିବା ଘଟଣାକୁ ୫ ଦିନ ପୁରୁଲାଣି, ହେଲେ ଏବେ ବି ଟନେଲ ତଳେ ଫସି ରହିଥିବା ୪୦ ଶ୍ରମିକଙ୍କୁ ଉଦ୍ଧାର କରାଯାଇ ପାରିନି । ଫଳରେ ଶ୍ରମିକମାନଙ୍କୁ ମନୋବଳ ଭାଙ୍ଗିବାରେ ଲାଗିଛି । ଏପଟେ ଯୁଦ୍ଧକାଳୀନ ଭିତ୍ତିରେ ଦିନରାତି ଉଦ୍ଧାର କାର୍ୟ୍ୟରେ ଲାଗିପଡିଥିବା ଉଦ୍ଧାରକାରୀ ଦଳ ମଧ୍ୟ ଅସହାୟ ହୋଇପଡିଲେଣି । ଏବେ ରେସ୍କ୍ୟୁ ଅପରେସନ ପାଇଁ ଉତ୍ତରାଖଣ୍ଡ ସରକାର ନରୱେ ଏବଂ ଥାଇଲ୍ୟାଣ୍ଡରୁ ବିଶେଷଜ୍ଞ ଟିମ୍ ଆଣିବାକୁ ଚିନ୍ତା କରୁଥିବା ଖବର ମିଳିଛି । ଥାଇଲ୍ୟାଣ୍ଡରୁ ଆସିବାକୁ ଥିବା ସ୍ବତନ୍ତ୍ର ବିଶେଷଜ୍ଞ ଟିମ୍ ଏକ ବନ୍ୟାଜଳ ପ୍ରବାହିତ ଗୁମ୍ଫା ମଧ୍ୟରୁ ପିଲାଙ୍କୁ ସୁରକ୍ଷିତ ଉଦ୍ଧାର କରିବା ପାଇଁ ଜଣାଶୁଣା । ୨୦୧୮ ଜୁଲାଇରେ ଥାଇଲ୍ୟାଣ୍ଡର ଏକ ଗୁମ୍ଫାରେ ହଠାତ୍ ବନ୍ୟାଜଳ ମାଡି ଆସିବାରୁ ପିଲାମାନେ ତା' ଭିତରେ ଫସି ଯାଇଥିଲେ । ଏହି ଟିମ୍ ସମସ୍ତଙ୍କୁ ସୁରକ୍ଷିତ ଉଦ୍ଧାର କରିଥିଲା । ନରୱେର ବିଶେଷଜ୍ଞ ଟିମ୍ ମଧ୍ୟ ଏକ ଚ୍ୟାଲେଞ୍ଜପୂର୍ଣ୍ଣ ଉଦ୍ଧାର କାର୍ୟ୍ୟ ସଫଳତାର ସହ କରିଥିଲେ ।
Powered by Froala Editor