ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ଦୁଇ ମୃତ

ସୁନ୍ଦରଗଡ଼ : ସୁନ୍ଦରଗଡ଼ ଜିଲ୍ଲା ବଡ଼ଗାଁ ଥାନା ଜରଙ୍ଗଲୋଇ ଇ୯ ଢାବା ନିକଟ ମର୍ମନ୍ତୁଦ ସଡକ ଦୁର୍ଘଟଣା । କାର୍-ସାଇକେଲ୍ ମଧ୍ୟରେ ଧକ୍କା । ଆଉ ଚାଲିଗଲା ଦୁଇ ଜଣଙ୍କ ଜୀବନ ।
ଖବର ଅନୁଯାୟୀ, ରାଉରକେଲା ପଟୁ ଆସୁଥିଲା ଏକ କାର୍ । ଏହି ସମୟରେ ଜରଙ୍ଗଲୋଇ ଢାବା ନିକଟରେ ଦୁଇ ଜଣ ସାଇକେଲ ଆରୋହୀଙ୍କୁ ଧକ୍କା ଦେଇଥିଲା । ଯାହାଫଳରେ ଉଭୟ ଆରୋହୀ ସାଇକେଲ୍ରୁ ଛିଟିକି ପଡିଥିଲେ । ଏପିରିକି ଦୁଇ ଜଣଙ୍କର ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇଛି ଜଣାପଡିଛି । ମୃତକ ଦୁଇ ଜଣ ଜରଙ୍ଗଲୋଇ ଗାଁର ବୋଲି ଜଣାପଡିଥିବା ବେଳେ ସେମାନଙ୍କ ପରିଚୟ ହସ୍ତଗତ ହୋଇନାହିଁ ।
ସେପଟେ ଦୁର୍ଘଟଣା ପରେ ଘଟଣାସ୍ଥଳରେ ଉତ୍ତେଜନା ଦେଖାଦେଇଛି । କ୍ଷତିପୂରଣ ଦାବିରେ ରାସ୍ତାରେ ସ୍ଥାନୀୟ ଲୋକେ ଆନ୍ଦୋଳନ କରୁଥିବା ଜଣାପଡିଛି ।
Powered by Froala Editor