ପୃଥ୍ବୀରାଜ ସିଂହ ଓବେରୟଙ୍କ ଦେହାନ୍ତ

‘ଓବେରୟ ଗ୍ରୁପ୍’ର ଅଧ୍ୟକ୍ଷ ପୃଥ୍ବୀରାଜ ସିଂହ ଓବେରୟଙ୍କର ଦେହାନ୍ତ ହୋଇଯାଇଛି। ସେ ୯୫ ବର୍ଷ ବୟସରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ଭାରତୀୟ ହୋଟେଲ୍ ଶିଳ୍ପର ଜନକ ଭାବେ ସୁପରିଚିତ ପିଆର୍ଏସ୍ ଓବେରୟଙ୍କ ମୃତ୍ୟୁ ସଂକ୍ରାନ୍ତରେ 'ଓବେରୟ ଗ୍ରୁପ୍' ପକ୍ଷରୁ ସୂଚନା ମିଳିଛି।
କର୍ମଚାରୀମାନଙ୍କ ପ୍ରତି ଲେଖିଥିବା ଇ-ମେଲ୍ରେ ବିକ୍ରମ ଓବେରୟ କହିଛନ୍ତି, ଆମର ପ୍ରିୟ ନେତା ତଥା ଅଧ୍ୟକ୍ଷ ପି. ଆର୍. ଏସ୍. ଓବେରୟଙ୍କର ଶାନ୍ତିପୂର୍ଣ୍ଣ ଦେହାନ୍ତ ହୋଇଥିବା କଥା ଆପଣମାନଙ୍କୁ ଗଭୀର ଦୁଃଖ ଓ ଶୋକର ସହିତ ଅବଗତ କରାଉଛି। ତାଙ୍କର ମୃତ୍ୟୁ ଯୋଗୁଁ ‘ଓବେରୟ ଗ୍ରୁପ୍’, ଭାରତ ଓ ବିଦେଶର ହୋଟେଲ୍ ଶିଳ୍ପର ପ୍ରଭୁତ୍ବ କ୍ଷତି ଘଟିଲା।
ପି. ଆର୍. ଏସ୍.ଙ୍କ ଅଦମ୍ୟ ନିଷ୍ଠା ଓ ଆଗ୍ରହ ଯୋଗୁଁ ‘ଦି ଓବେରୟ ଗ୍ରୁପ୍ ଓ ଆମ ହୋଟେଲ୍ ସବୁ’ ବିଶ୍ୱର ଉତ୍କୃଷ୍ଟ ହୋଟେଲ୍ଗୁଡ଼ିକ ମଧ୍ୟରେ ସ୍ଥାନ ପାଇଛି। ତାଙ୍କର ଏଭଳି ଉଦ୍ୟମ ଖୁବ୍ ପ୍ରଭାବିତ କରିଛି ବୋଲି ଜାରି କରାଯାଇଥିବା ବିବୃତିରେ ଉଲ୍ଲେଖ ଅଛି।
Powered by Froala Editor